ସ୍ବଚ୍ଛଭାରତ ମିଶନ: ୧୯,୧୬୧ ପାଇଖାନା ଅସମ୍ପୂର୍ଣ୍ଣ

ବାସୁଦେବପୁର, ୨୯।୮ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଲକ୍ଷ୍ୟ ଧାର୍ଯ୍ୟ ଥିବା ୩୯,୫୫୫ଟି ପାଇଖାନା ମଧ୍ୟରୁ ୨୦,୩୯୪ଟି ନିର୍ମାଣ ସରିଛି। ୧୯,୧୬୧ ପାଇଖାନା ନିର୍ମାଣାଧୀନ ରହିଥିବା ବେଳେ ସେଥିମଧ୍ୟରୁ ୧୦,୪୦୦ର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ମିଶନକୁ ସର୍ବାଧିକ ଗୁରୁତ୍ୱ ଦେଇ ଗ୍ରାମ ଓ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଳମୁକ୍ତ କରିବା ଉଦ୍ଦେଶ୍ୟରେ ଚଳିତବର୍ଷ ଗାନ୍ଧୀ ଜୟନ୍ତୀରେ ଶତ ପ୍ରତିଶତ ସଫଳତା ହାସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି।
ଉଲ୍ଲେଖନୀୟ ଯେ, ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତ ଥିବାବେଳେ ଲୋକଙ୍କ ଆବଶ୍ୟକତାକୁ ଆଧାର କରି ୩୯୫୫୫ ପାଇଖାନା ନିର୍ମାଣ ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପାଇଖାନା ନିର୍ମାଣ ବାବଦକୁ ଜିଲା ଜଳ ପରିମଳ ମିଶନ ପକ୍ଷରୁ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ତତ୍ତ୍ବାବଧାନରେ ୧୨ ହଜାର ଟଙ୍କା କରି ସରକାର ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ଲକରେ ସମ୍ପୂର୍ଣ୍ଣ ହୋଇସାରିଥିବା ପ୍ରକଳ୍ପ ବାବଦକୁ ୨୩.୭୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇ ସାରିଛି। ଅସମ୍ପୂର୍ଣ୍ଣ ପାଇଖାନା ନିର୍ମାଣ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ବ୍ଲକରେ ୫୫ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିର୍ମାଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁ ବୁଲି କିପରି ସ୍ବଚ୍ଛ ଭାରତ ମିଶନ ସଫଳ ହୋଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବେ ବୋଲି ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ପାଢୀ କହିଛନ୍ତି। ଏହି ବ୍ଲକରେ ପାଇଖାନା ନିର୍ମାଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ୫ ପଞ୍ଚାୟତ ବ୍ରାହ୍ମଣଗାଁ, ନରସିଂହପୁର, ଆରୁହା, ଜଗନ୍ନାଥପୁର, ବରଣ୍ଡୁଆ ସମ୍ପୂର୍ଣ୍ଣ ମଳମୁକ୍ତ ପଞ୍ଚାୟତ ଭାବେ ଜିଲାସ୍ତରରେ ପୁରସ୍କୃତ ହୋଇଛନ୍ତି। ବ୍ରାହ୍ମଣଗାଁରେ ୧୬୧୬, ନରସିଂହପୁରରେ ୧୨୦୬, ଜଗନ୍ନାଥପୁରରେ ୧୨୯୮, ଆରୁହାରେ ୧୩୧୧ ଓ ବରଣ୍ଡୁଆରେ ୧୪୮୧ ପାଇଖାନା ନିର୍ମାଣ ସରି ଅନ୍ୟ ପଞ୍ଚାୟତ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗର ଅନ୍ୟତମ ଯନ୍ତ୍ରୀ ଭରତ ସାହୁଙ୍କ ସୂତ୍ରରୁ ପ୍ରକାଶ। ପାଇଖାନା ନିର୍ମାଣ କ୍ଷେତ୍ରରେ ରାଜଘରପୋଖରୀ, ବିଦେଇପୁର, ଗୁଆଗଡିଆ ପଛୁଆ ପଡ଼ିଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ଏ ସମ୍ପର୍କରେ ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି, ବାସୁଦେବପୁରକୁ ସମ୍ପୂର୍ଣ୍ଣ ମଳମୁକ୍ତ ବ୍ଲକ ଭାବେ ପରିଗଣିତ କରିବା ଲାଗି ଜନସଚେତନତା ସହ ମାଇକ ପ୍ରଚାର ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନ କରାଯାଉଛି। ତେବେ ସରକାରଙ୍କର ଏହି ପାଇଲଟ୍‌ ପ୍ରକଳ୍ପକୁ ସଫଳ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ତାଗିଦ୍‌ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri