ସ୍ପୋର୍ଟିଂ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କାମରେ ନିୟୋଜିତ କରାଯାଉଛି। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ସହାୟତାରେ ଅପରେଶନ ପରି ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦିତ ହୋଇପାରୁଛି। ନିକଟରେ ଜାପାନର ବୈଜ୍ଞାନିକମାନେ ଏକ ସ୍ପୋର୍ଟିଂ ରୋବୋ ପ୍ରସ୍ତୁତ କରିଛନ୍ତି। ଏହି ରୋବୋ ମଣିଷ ପରି ଦୌଡି ପାରିବ। କେବଳ ସେତିକି ନୁହେଁ, ଦୌଡିବା କିମ୍ବା ଚାଲିବା ସମୟରେ ନିଜ ଶରୀର ସନ୍ତୁଳନ ମଧ୍ୟ ରକ୍ଷା କରିପାରିବ। ଏହାକୁ ଏପରି ଅତ୍ୟାଧୁନିକ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଜରୁରିକାଳୀନ ପରିସ୍ଥିତି-ବନ୍ୟା କିମ୍ବା ବ୍ୟାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିପାରିବ। ଖୁବ୍‌ ଶୀଘ୍ର ଏଭଳି ରୋବୋ ଜନସେବାରେ ନିୟୋଜିତ ହେବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।