୯ ହଜାର ଡାକ୍ତର, ନର୍ସ କରୋନା ସଂକ୍ରମିତ: ଧ୍ୟାନର ସାହାରା ନେଲା ସ୍ପେନ୍‌ ହସ୍ପିଟାଲ!

ମ୍ୟାଡ୍ରିଡ୍‌,୩୦।୩: କରୋନା ସଂକ୍ରମଣ ଏବେ ଇଟାଲୀ ଓ ଆମେରିକାରେ ଅଧିକ ପରିମାଣରେ ଦେଖାଦେଇଥିବା ବେଳେ ସ୍ପେନ ମଧ୍ୟ କିଛି ପଛରେ ନାହିଁ। ଏବେ ସ୍ପେନରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏବେସୁଦ୍ଧା ସ୍ପେନରେ କରୋନା ସଂକ୍ରମଣରେ ୬ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ମିଳିଥିବା ସୂଚନା ଅନୁଯାୟୀ ସ୍ପେନରେ ଏବେ ୯୦୦୦ ଡାକ୍ତର ଓ ନର୍ସ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ଏଠାରେ ଦିନକୁ ଦିନ ଶହ ଶହ ଲୋକ କରୋନାରେ ସଂକ୍ରମିତ ହେବା ଓ ଶହ ଶହ ଲୋକଙ୍କ କରୋନା ଯୋଗୁ ମୃତ୍ୟୁ ହେବା ଅନେକଙ୍କୁ ମାନସିକ ଅବସାଦ ଭିତରକୁ ଠେଲି ଦେଉଛି। ଏହାକୁ ଦେଖି ଏବେ ସ୍ପେନ୍‌ ହସ୍ପିଟାଲର ହେଲ୍‌ଥ ଓ୍ବାର୍କର ଧ୍ୟାନକୁ ଆପଣାଇ ନେଇଥିବା ଜଣାପଡିଛି। ଦ ଗାର୍ଡିୟନର ରିପୋର୍ଟ ଅନୁଯାୟୀ, ଅଧିକାଂଶ ଡାକ୍ତର ଓ ନର୍ସ ୨୪ ଘଣ୍ଟା କାମ କରୁଥିବା ଓ ହସ୍ପିଟାଲରେ ରୋଗୀଙ୍କ ପାଇଁ ସ୍ଥାନ ନ ଥିବା ଦେଖାଯାଇଛି। ଏହାଶହ ଥକ୍କାପଣ ଓ ଅବସାଦ ଦୂର କରିବା ପାଇଁ ରବିବାର ମ୍ୟାଡ୍ରିଡର ସମସ୍ତ ହେଲ୍‌ଥ ଓ୍ବାର୍କର ମେଡିଟେଶନ କରିଥିବା ଦେଖାଯାଇଛି। ଅନ୍ୟପଟେ ସରକାର ସ୍ଥିତି ଅଣାୟତ ହୋଇଥିବା ଦର୍ଶାଇ ହେଲ୍‌ଥ ଓ୍ବାର୍କରମାନେ ମେଡିଟେଶନ ବା ଧ୍ୟାନ ମାଧ୍ୟମରେ ନିଜେ ନିଜକୁ ସାହାରା ଦିଅନ୍ତୁ ବୋଲି କହିଛନ୍ତି।

Share