ସ୍ପେନରେ ସାଞ୍ଚେଜ ସରକାର

ମାଡ୍ରିଡ୍‌,୯ା୧: ସ୍ପେନର ପ୍ରଧାନମନ୍ତ୍ରୀ ରୁପେ ବୁଧବାର ଶପଥ ନେଇଛନ୍ତି ସୋସିଆଲିଷ୍ଟ ନେତା ପେଡ୍ରୋ ସାଞ୍ଚେଜ। ପାର୍ଲାମେଣ୍ଟରେ ବାମପନ୍ଥୀ ମେଣ୍ଟ ସରକାର ଗଠନ କରିବା ପ୍ରସ୍ତାବ ଆସ୍ଥା ଭୋଟରେ ବିଜୟୀ ହେବା ପରେ ସେ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି। ଏହା ସହ ଦୀର୍ଘ ମାସ ଧରି ଦେଶରେ ଚାଲିଥିବା ରାଜନୈତକ ଅସ୍ଥିରତାର ଅବସାନ ହୋଇଛିି।
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ନାଁ ଘୋଷଣା କରିପାରନ୍ତି। ଏନେଇ ସୋସିଆଲିଷ୍ଟ ପାର୍ଟି ତରଫରୁ ଜାରି ଏକ ବିବୃତିରେ କୁହାଯାଇଛିି।

Share