Posted inଖେଳ

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ୨୦୦୧ରେ ଇଡେନ ଗାର୍ଡେନରେ ଖେଳିଥିବା ୨୮୧ ରନର ଟେଷ୍ଟ ଇନିଂସକୁ ସାମିଲ କରିଛନ୍ତି। ଲକ୍ଷ୍ମଣଙ୍କ ସହ ରାହୁଲ ଡ୍ରାଭିଡ୍‌ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏହି ଦ୍ୱିତୀୟ ଟେଷ୍ଟରେ ୧୮୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଲକ୍ଷ୍ମଣ ଓ ଡ୍ରାଭିଡ ୩୭୬ ରନର ଭାଗୀଦାରି ସ୍ଥାପନ କରି ଅଷ୍ଟ୍ରେଲିଆକୁ ନିରାଶ କରି ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶେନ୍‌ ଓ୍ବାର୍ନ ଓ ଅନ୍ୟ ବିଶ୍ୱସ୍ତରୀୟ ସ୍ପିନରଙ୍କ ବିପକ୍ଷରେ ଲକ୍ଷ୍ମଣ ଦୃଷ୍ଟାନ୍ତମୂଳକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ବୋଲି ଚାପେଲ କହିଛନ୍ତି। ଲକ୍ଷ୍ମଣ ୪୫୨ଟି ବଲ୍‌ ଖେଳିଥିଲେ ଓ ୪୪ଟି ବାଉଣ୍ଡାରୀ ମାରିଥିଲେ। ଏହି ଐତିହାସିକ ଇନିଂସରେ ଲକ୍ଷ୍ମଣ ନିୟମିତ ଭାବେ ବଲ୍‌କୁ ପ୍ରହାର କରୁଥଲେ। ଲକ୍ଷ୍ମଣଙ୍କ ସ୍ବାଭବ ମଧ୍ୟ ଅନୁରୂପ ଭାବେ ପ୍ରଶଂନୀୟ ବୋଲି ସେ କହିଛନ୍ତି।
ସ୍ପିନ୍‌ ବୋଲିଂକୁ ବେଶ୍‌ ଭଲ ଭାବେ ଖେଳୁଥିବା ନିଜ ସାଥି ବ୍ୟାଟ୍ସମ୍ୟାନ ଡଗ୍‌ ଓ୍ବାଲ୍ଟର୍ସକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ସ୍ପିନ୍‌ ବିପକ୍ଷରେ ଓ୍ବାଲ୍ଟର୍ସ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ଚାପେଲ କହିଛନ୍ତି। ଗୋଟିଏ ସେସନରେ ୩ଥର ଓ୍ବାଲ୍ଟର୍ସ ଗୋଟିଏ ଲେଖାଏ ଟେଷ୍ଟ ଶତକ ହାସଲ କରିଛନ୍ତି। ୧୯୯୬ରେ ମାଡ୍ରାସର ମାଇନ୍‌ଫିଲ୍ଡରେ ଭାରତ ବିପକ୍ଷରେ ଓ୍ବାଲ୍ଟର୍ସ ଏକ ଲଢୁଆ ଶତକ ଅର୍ଜନ କରିଥିଲେ। ସ୍ପିନ୍‌ କିମ୍ବଦନ୍ତୀ ଏରାପଲ୍ଲୀ ପ୍ରସନ୍ନାଙ୍କ ସ୍ପିନ୍‌ ବୋଲିଂକୁ ସେ ସଫଳତାର ସହ ମୁକାବିଲା କରିଥିଲେ। ଏହି ଇନିଂସରେ ସେ ୧୪ଟି ଚୌକା ଓ ୨ ଛକା ମାରିଥିଲେ। ସ୍ପିନ୍‌ ବିପକ୍ଷରେ ଏହା ଅନ୍ୟତମ ଶ୍ରେଷ୍ଠ ଇନିଂସ ବୋଲି ଚାପେଲ କହିଛନ୍ତି।
ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ କ୍ରିକେଟ ମ୍ୟାଚ୍‌ ଆୟୋଜନ ପୂରା ବନ୍ଦ ହୋଇଛି। ଫଳରେ ସ୍ପିନ୍‌ ବିପକ୍ଷରେ ଶ୍ରେଷ୍ଠ ଇନିଂସ ଚୟନ କରିବା ନେଇ ମୋତେ ସମୟ ତଥା ସୁଯୋଗ ମିଳିଛି। ଟପ୍‌ କ୍ଲାସ୍‌ ସ୍ପିନ୍‌ ବୋଲିଂ ବିପକ୍ଷରେ ଲକ୍ଷ୍ମଣ ଓ ଓ୍ବାଲ୍ଟର୍ସଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିଛି ବୋଲି ଚାପେଲ ଇଏସ୍‌କ୍ରିକ୍‌ଇନଫୋ ସ୍ତମ୍ବରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri