Posted inପୁରୀ

ସ୍ନାନଯାତ୍ରା ଦର୍ଶନ ପାଇଁ ଜଗଦ୍‌ଗୁରୁଙ୍କୁ ନିମନ୍ତ୍ରଣ

ପୁରୀ ଅଫିସ,୧ା୬:ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଧାର୍ମିକ ପୀଠକୁ ଭକ୍ତମାନେ ଯାଇପାରିବେ ନାହିଁ। କୌଣସି ଧାର୍ମିକ ସମାବେଶ ହୋଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନୂଆ ଗାଇଡ୍‌ଲାଇନ ପରେ ୩ ତାରିଖରେ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ଚମ୍ପକ ଦ୍ୱାଦଶୀ ନୀତିକୁ ନେଇ ଚିନ୍ତା ବଢିଛି। ଚମ୍ପକ ଦ୍ୱାଦଶୀ ନୀତିରେ ଠାକୁର ବାହାରକୁ ବିଜେ କରିଥାନ୍ତି। ହେଲେ ଏଥର କିପରି ଏହା କରାଯିବ ସେ ନେଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିିଛି ଶ୍ରୀମନ୍ଦିର ପ୍ରଶାସନ। ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଗୋବର୍ଦ୍ଧନ ମଠକୁ ଯାଇ ଗୁରୁଜୀଙ୍କ ମାର୍ଗଦର୍ଶନ ଲୋଡ଼ିିଛନ୍ତି। ସ୍ନାନଯାତ୍ରା ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି। ଚମ୍ପକ ଦ୍ୱାଦଶୀକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ଚନ୍ଦନଯାତ୍ରା ଭଳି ଏହା ଶ୍ରୀମନ୍ଦିର ଭିତରେ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।
ଚମ୍ପକ ଦ୍ୱାଦଶୀ ନୀତିରେ ବରକନ୍ୟା ମଦନମୋହନ ଓ ଶ୍ରୀଦେବୀ (ରୁକ୍ମିଣୀ) ବିମାନରେ ଶ୍ରୀନଅରକୁ ବିଜେ କରନ୍ତି। ସେଠାରେ ନୀତି ସମ୍ପନ୍ନ ହେବା ପରେ ଯମେଶ୍ୱରଙ୍କ ମନ୍ଦିରକୁ ଯାଆନ୍ତି। ପଞ୍ଚୁଗ୍ରାସୀ ନୀତି ସରିବା ପରେ ବରକନ୍ୟା ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ତଥା କଟକଣା ଜାରି ଯୋଗୁ ଏହି ନୀତି ହେବା ନେଇ ଆଶଙ୍କା ଦେଖାଦେଇଛି। ଶଙ୍କରାଚାର୍ଯ୍ୟ ସବୁ ଶୁଣିବା ପରେ ଠାକୁରଙ୍କ ବିଧି ପରମ୍ପରା ରକ୍ଷା ସହ ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ତେବେ ବିକଳ୍ପର ରୂପରେଖ ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି, ସ୍ନାନପୂର୍ଣ୍ଣିମାକୁ ନେଇ ପରିଚାଳନା କମିଟିରେ ଯାହାସବୁ ନିଷ୍ପତ୍ତି ହୋଇଥିଲା ସେ ବିଷୟରେ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇଛୁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁରୁଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛୁ। ଏତଦ୍‌ବ୍ୟତୀତ ଚମ୍ପକ ଦ୍ୱାଦଶୀ ନୀତି ପାଇଁ ଗୁରୁଜୀଙ୍କ ମାର୍ଗଦର୍ଶନ ଲୋଡିଛୁ। ଚମ୍ପକ ଦ୍ୱାଦଶୀ ନୀତି ସହ ଯେଉଁ ପ୍ରମୁଖ ସେବାୟତ ନିଯୋଗ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri