ବେଆଇନ ପଥର ଖାଦାନରେ ଚଢ଼ାଉ: ଟ୍ରାକ୍ଟର, କଟର ମେଶିନ ଜବତ

ଢେଙ୍କାନାଳ ଅଫିସ, ୧ା୬- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ମାଣିପୁର ପଞ୍ଚାୟତ ଅଞ୍ଚଳରେ ଥିବା ବେଆଇନ ପଥର ଖାଦାନରେ ସୋମବାର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା। ଏଥିରେ ଖାଦାନରୁ ଚୋରାଚାଲାଣ କରୁଥିବା ପଥର ବୋଝେଇ ଏକ ଟ୍ରାକ୍ଟର ସହ କଟର ମେଶିନକୁ ଜବତ କରାଯାଇଥିଲା ା ସକାଳ ପ୍ରାୟ ସାଢେ ୯ଟାରେ ଅତର୍କିତ ଚଢ଼ାଉ କରାଯାଇଥିବାବେଳେ ପଥର ମାଫିଆମାନେ ଫେରାର ହୋଇଯାଇଥିଲେ। ସଦର ତହସିଲଦାର ଲକ୍ଷ୍ମୀଧର ରାଉତଙ୍କ ନେତୃତ୍ୱରେ ମାଣିପୁର ଆରଆଇ ପୁଷ୍ପିତା ମଧୁମତି ଦେହୁରୀ, ଏଆର୍‌ଆଇ ମମତା ରାଉତ, କାଙ୍କଡପାଳ ଆରଆଇ ସୁକାନ୍ତ ସାହୁ, ସଦର ଏଆରଆଇ ସୁବ୍ରତ ସାହୁ ପ୍ରମୁଖ ପୋଲିସ ଫୋର୍ସ ଚଢ଼ାଉରେ ସାମିଲ ଥିଲେ।
ଫଟୋ- ୪- ଜବତ କଟର ମେଶିନ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri