ସ୍ନାନମଣ୍ଡପରେ ଶ୍ରୀ ବଳଦେବଜୀଉ: ମନ୍ଦିର ନିକଟରେ ୧୪୪ ଧାରା ଜାରି, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା ଅଫିସ,୫ା୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ନୀତି ଶୁକ୍ରବାର ଅରମ୍ଭ ହୋଇଛି। ପ୍ରତ୍ୟୁଷରୁ ମଙ୍ଗଳାର୍ପଣ ପରେ ଶ୍ରୀ ବଳଦେବଜୀଉଙ୍କ ସହିତ ପ୍ରଭୁ ଜଗନ୍ନାଥ ଏବଂ ମା’ ସୁଭଦ୍ରାଙ୍କୁ ସ୍ନାନମଣ୍ଡପକୁ ସୀମିତ ସଂଖ୍ୟକ ସେବାୟତମାନେ ନେଇଥିଲେ। ଶ୍ରୀଜିଉଙ୍କ ସ୍ନାନ ନୀତି ଆରମ୍ଭ ହୋଇଥିଲା ବେଳେ ଅପରାହ୍ନରେ ଗଜବେଶ ହେବ।
ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଶ୍ରୀଜିଉଙ୍କ ମନ୍ଦିର ନିକଟରେ ୧୪୪ ଧାରା ଜାରି ହୋଇଛି। ଫଳରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଉତ୍ସବ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।