Posted inପୁରୀ

ସ୍ନାନପୂର୍ଣ୍ଣିମା ସମ୍ଭାବନା ବଢ଼ିଲା: ମଗାଗଲା ସର୍ବନିମ୍ନ ସେବାୟତ ତାଲିକା

ପୁରୀ ଅଫିସ, ୨୧ା୫:ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ଏଥର ବଡଦାଣ୍ଡରେ ତିନିଠାକୁରଙ୍କ ରଥ ଗଡ଼ିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ହେଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଧୀରେ ଧୀରେ ସମ୍ଭାବନା ବଢିବାରେ ଲାଗିଛି। ସ୍ନାନଯାତ୍ରା ସହ ସମ୍ପୃକ୍ତ ୧୦ ସେବାୟତ ନିଯୋଗ ସହିତ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ସୂଚନା ଏହି ସମ୍ଭାବନାକୁ ଦୃଢୀଭୂତ କରିଛି। ସର୍ବନିମ୍ନ ସେବାୟତରେ ଯେପରି ସ୍ନାନଯାତ୍ରା ନୀତିକାନ୍ତି ହୋଇପାରିବ ସେନେଇ ସମ୍ପୃକ୍ତ ନିଯୋଗଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନ ତାଲିକା ମାଗିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ କରୋନା ଭୟାବହତା ଓ କୋଭିଡ୍‌-୧୯ ଗାଇଡ୍‌ଲାଇନ ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁପାଳନ କରି ଆମକୁ ଯେ କୌଣସି କାର୍ଯ୍ୟ କରିବାକୁ ପଡ଼ିିବ ବୋଲି ମୁଖ୍ୟ ପ୍ରଶାସକ ସେବାୟତମାନଙ୍କୁ କହିଥିଲେ। ଏହି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ କହିଥିଲେ, ସର୍ବନିମ୍ନ କେତେଜଣ ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ହୋଇପାରିବ ସେନେଇ ତାଲିକା ମଗାଯାଇଛି। ୨୫ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି। ସେହି ତାଲିକାଭୁକ୍ତ ସେବାୟତମାନେ ସେଦିନ ମନ୍ଦିର ଭିତରକୁ ଯାଇ ସ୍ନାନପୂର୍ଣ୍ଣିମା ନୀତିରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବାହାରେ କୌଣସି କାର୍ଯ୍ୟ କରିହେବ ନାହିଁ। କିନ୍ତୁ ଆଗକୁ ଚମ୍ପକ ଦ୍ୱାଦଶୀ ନୀତି ଏବଂ ଶୀତଳ ଷଷ୍ଠୀ ରହିଛି। ତେଣୁ ଲକ୍‌ଡାଉନ ନିୟମକୁ ମାନି ଯେପରି ଠାକୁରଙ୍କ ଏହି ନୀତି କରାଯିବ କିମ୍ବା ତାହାର କିଛି ବିକଳ୍ପ ରହିଛି ସେ ନେଇ ପରିଚାଳନା କମିଟି ମାଧ୍ୟମରେ ଧାର୍ମିକ ଗୁରୁଙ୍କ ମତାମତ ଲୋଡ଼ାଯିବ ବୋଲି ସ୍ଥିର ହୋଇଛି। ସେହିପରି ସେବାୟତମାନଙ୍କ କଲ୍ୟାଣ ନିମନ୍ତେ ଦିନେ ଦୁଇଦିନ ମଧ୍ୟରେ ଜିଲାପାଳ ଏକ ବୈଠକ କରିବେ। ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସେବାୟତଙ୍କୁ କି ପ୍ରକାର ଆର୍ଥିକ ସହାୟତା ଦିଆଯାଇପାରିବ ସେ ବିଷୟରେ ଚୂଡ଼ାନ୍ତ ହେବ। ପୂର୍ବରୁ ସ୍ନାନପୂର୍ଣ୍ଣିମା ନୀତି ସଂକ୍ରାନ୍ତରେ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିଲା। ଗୁରୁବାର ଅନ୍ୟ ୧୦ ନିଯୋଗ ସହ ଆଲୋଚନା ହୋଇଛି। ଏହାପରେ ଛତିଶା ନିଯୋଗ ଏବଂ ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯେଉଁ ଆଲୋଚନା ହେଉଛି ସେ ସଂକ୍ରାନ୍ତରେ ମୁଖ୍ୟ ପ୍ରଶାସକ କହିଥିଲେ, ଏବେ କୋଭିଡ୍‌-୧୯ ଗାଇଡଲାଇନ ଓ କଟକଣା ଅନୁସାରେ ମନ୍ଦିର ବାହାରେ ବର୍ତ୍ତମାନ କିଛି ହୋଇପାରିବ ନାହିଁ। ୩୧ ତାରିଖ ପରେ କ’ଣ କଟକଣା ରହିବ ତାହା ଆମେ ଜାଣିନାହୁଁ। ୫ତାରିଖରେ ସ୍ନାନପୂର୍ଣ୍ଣିମା। ତେଣୁ ସେତେବେଳେ ମନ୍ଦିର ଭିତରେ ବା ବାହାରେ କ’ଣ କରିହେବ ତାହା ଏବେଠାରୁ କହିହେବ ନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନିଆଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, କଟକଣାକୁ ମାନି କିପରି ସ୍ନାନପୂର୍ଣ୍ଣିମା ନୀତି କରାଯିବ ସେ ବିଷୟରେ ସେବାୟତଙ୍କ ସହ ଆଲୋଚନା ହୋଇଛି। ଆସନ୍ତା ୨୩ ତାରିଖରେ ଗରାବଡୁ ନିଯୋଗର ଏକ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ସମ୍ପୃକ୍ତ ସେବାୟତଙ୍କୁ ସରକାରଙ୍କ କଟକଣା ବିଷୟରେ ଅବଗତ କରାଯିବ। ସ୍ନାନନୀତିରେ ସେମାନେ ଏହାକୁ ଅନୁପାଳନ କରିବେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଡା. ଉମାଶଙ୍କର ଦାଶଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୂଜାପଣ୍ଡା, ପୁଷ୍ପାଳକ, ପ୍ରତିହାରୀ, ସୁଆରବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ଖୁଣ୍ଟିଆ, ମେକାପ, ମହାଜନ ଏବଂ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri