ସ୍ନାନପୂର୍ଣ୍ଣିମାଦିନ ହୋଇପାରେ ଅଣସର ନୀତି

ପୁରୀ ଅଫିସ,୧୭।୫: ଦୀର୍ଘବର୍ଷ ହେଲା ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅଣସର ନୀତି ହୋଇପାରୁନାହିଁ। ଦାରୁବିଗ୍ରହ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ କରିବାରେ ବିଳମ୍ବ ଯୋଗୁ ସେହିଦିନ ଅଣସର ନୀତି କରିବା ସମ୍ଭବହୋଇ ନ ଥାଏ। ତା’ ପରଦିନଠାରୁ ଅଣସର ଘରେ ଦାରୁଦିଅଁଙ୍କ ଅଣସର ଗୁପ୍ତ ସେବା ଆରମ୍ଭ ହୋଇଥାଏ। ହେଲେ ଏଥର କରୋନା ଯୋଗୁ ଭକ୍ତଙ୍କ ଆଗମନ ହେବାର ସମ୍ଭାବନା ନ ଥିବାରୁ ଠାକୁରଙ୍କ ସ୍ନାନ ନୀତିକାନ୍ତି ସଅଳ ସରିବ ବୋଲି ଆଶା ରଖିଛି ଦଇତାପତି ନିଯୋଗ। ତେଣୁ ସ୍ନାନପୂର୍ଣ୍ଣିମା ଦିନ ଶୀଘ୍ର ଠାକୁରଙ୍କୁ ଅଣସର ପିଣ୍ଡିକୁ ଯଦି ବିଜେ କରାଯାଇପାରିଲା ତେବେ ସେହିଦିନ ଅଣସର ନୀତି ହୋଇପାରିବ। ଏଥିପାଇଁ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।

ପରମ୍ପରା ଅନୁଯାୟୀ ଅଣସର ୧୫ଦିନ ରହିଥିବାବେଳେ ପ୍ରତିବର୍ଷ ୧୪ଦିନ ହେଉଛି। ଏଥର ୧୫ଦିନ କରିବା ଲାଗି ପ୍ରଚେଷ୍ଟା ଚାଲିଛି। ସ୍ନାନ ପୂର୍ଣ୍ଣିମା ଦିନଠାରୁ ହିଁ ଅଣସର ନୀତି ଆରମ୍ଭ କରାଯିବ। ମାତ୍ର ପ୍ରତିବର୍ଷ ନୀତିକାନ୍ତିରେ ବିଳମ୍ବ ଏବଂ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ ଲାଗି ଭକ୍ତଙ୍କ ଉତ୍କଣ୍ଠାକୁ ଦେଖି ବେଶ ଓଲାଗିରେ ବି ଡେରି ହୋଇଥାଏ। ତେଣୁ ବିଳମ୍ବିତ ରାତିରେ ଠାକୁର ଅଣସର ପିଣ୍ଡିକୁ ବିଜେ କରୁଥିବାରୁ ସେହିଦିନ ଅଣସର ନୀତି ହୋଇପାରେ ନାହିଁ। ଏଥର ଜୁନ୍‌ ୫ରେ ପଡୁଛି ସ୍ନାନଯାତ୍ରା। ୪ତାରିଖ ରାତ୍ର ୧/୨ଟାରୁ ସ୍ନାନ ନୀତି ଆରମ୍ଭ ହେବାକୁ ଯୋଜନା କରାଯାଇଛି। ଫଳରେ ସକାଳ ୫ଟାରୁ ୬ଟା ମଧ୍ୟରେ ଠାକୁରମାନଙ୍କ ପହଣ୍ଡି ଶେଷ ହୋଇଯିବ। ଏହାପରେ ସ୍ନାନମଣ୍ଡପରେ ସ୍ନାନ ନୀତି ସରି ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଯେହେତୁ ଭକ୍ତଙ୍କ ଉପରେ କଟକଣା ରହିବ ତେଣୁ ସଅଳ ହାତୀବେଶ ଓଲାଗି ହୋଇ ଦାରୁବିଗ୍ରହଙ୍କୁ ଅଣସର ପିଣ୍ଡିକୁ ବିଜେ କରାଯିବ। ଏହାପରେ ଶ୍ରୀମସ୍ତକରୁ ମୂଲ୍ୟବାନ ଚିତା, ରାହୁରେଖା ଓଲାଗି କରାଯିବ। ଅଣସର ନୀତି ପାଇଁ ଯଥେଷ୍ଟ ସମୟ ମିଳିବ। ଏହାକୁ ନଜରରେ ରଖି ଦଇତାପତି ନିଯୋଗ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଛି। ମନ୍ଦିର ପ୍ରଶାସନ ଛତିଶା ନିଯୋଗ ସହ ଆଲୋଚନା କରି ଏଦିଗରେ ନିଷ୍ପତ୍ତି ନେବ ବୋଲି କହିଛନ୍ତି ବିନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri