ସ୍ଥିତି ହରାଇଲାଣି କୁଣ୍ଡିନଈ

ତିହିଡି, ୨୨।୬ (ଡି.ଏନ.ଏ.) – ଭଦ୍ରକ ଜିଲାରେ ପ୍ରବାହିତ ସାଳନ୍ଦୀର ଶାଖାନଦୀ କୁଣ୍ଡିନଈ ସ୍ଥିତି ହରାଇଲାଣି। ତିହିଡ଼ି ଓ ଭଦ୍ରକ ବ୍ଲକର ୮ଟି ପଞ୍ଚାୟତ ଦିନେ ଏହି ନଈ ପାଇଁ ଶସ୍ୟଶ୍ୟାମଳା ହେଉଥିଲା। ଚାଷୀମାନଙ୍କ ଆର୍ଥତ୍କ ଅବସ୍ଥାର ପରିବର୍ତ୍ତନ ପାଇଁ ମୁଖ୍ୟ ଭୂମିକା ନେଉଥିଲା ଏହି ନଦୀ। ମାତ୍ର ଏବେ ଏହି ନଈ ବର୍ଷରେ ୮ ମାସ ଶୁଖିଲା ପଡୁଛି। ଦୀର୍ଘବର୍ଷ ଧରି ନଈ ସଂସ୍କାର ହୋଇ ନ ଥିବାରୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ ହେଉଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ନଦୀ ସଂସ୍କାର ଦାବିରେ ବାରମ୍ବାର ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯାଇଛି। ହେଲେ କୌଣସି ସୁଫଳ ମିଳୁ ନାହିଁ। ଏହି ନଦୀ ସଂସ୍କାର ପାଇଁ କୌଣସି ବ୍ୟୟ ଅଟକଳ ନ ଥିବା ସାଳନ୍ଦୀ ଜଳସେଚନ ବିଭାଗ ସୂତ୍ରରୁ ଜଣାଯାଇଛି।
କୁଣ୍ଡିନଈ ସାଳନ୍ଦୀରୁ ବାହାରି ଭଦ୍ରକ ବ୍ଲକର ବେନ୍ତାଳ ଓ କେଦାରପୁର ଏବଂ ତିହିଡି ବ୍ଲକର ଦୋଳସାହି, ନୂଆନନ୍ଦ, ପାଳିଆବିନ୍ଧା, ଅଚକ, ମହରମପୁର ଓ ସୟା ପଞ୍ଚାୟତରେ ପ୍ରବାହିତ ହୋଇଛି। ପରେ ଏହା ଧଳା ନଈରେ ପରିଣତ ହୋଇ ମନ୍ତେଇ ନଦୀରେ ମିଶିଛି। ପୂର୍ବରୁ ଏହି ନଦୀର ପାଣିକୁ ବିନିଯୋଗ କରି ଚାଷୀମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଥିଲେ। ଏଥିସହ ଧାନ ଚାଷ ପାଇଁ ମଧ୍ୟ ନଈ ପାଣି ବ୍ୟବହାର କରାଯାଉଥିଲା। ବନ୍ୟା ସମୟରେ ଚାଷଜମିର ଅଧିକ ପାଣି ନଈ ମାଧ୍ୟମରେ ସମୁଦ୍ରକୁ ନିଷ୍କାସିତ ହୋଇଯାଉଥିଲା। ମୁଖ୍ୟତଃ ୨ଟି ବ୍ଲକର ଚାଷୀଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା କୁଣ୍ଡିନଈ। ଏବେ ନଈ ପ୍ରାୟତଃ ବିଲୁପ୍ତ ହେବାକୁ ବସିଛି। ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସି ନଈ ମଧ୍ୟ ସଙ୍କୁଚିତ ହୋଇଯାଇଛି। ଏଭଳି ସ୍ଥିତିରେ ସଂସ୍କାର ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସଂସ୍କାର ନ ହେଲେ ଆଗାମୀ ଦିନରେ ସାଳନ୍ଦୀ ଜଳସେଚନ ବିଭାଗର ନକ୍‌ସାରୁ କୁଣ୍ଡିନଈ ହଜିଯିବ ବୋଲି କହିଛନ୍ତି ପାଳିଆବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ ନାୟକ। କ୍ଷେତ ମଜ୍‌ଦୁର ୟୁନିୟନର ଜିଲା ସମ୍ପାଦକ ଦାମୋଦର ସେନାପତି ଏହି ନଦୀ ସଂସ୍କାର ଦାବିରେ ଅନେକଥର ଆନ୍ଦୋଳନ କରାଯାଇଛି ଏବଂ ସଂସ୍କାର ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି। ଏ ସମ୍ପର୍କରେ ସାଳନ୍ଦୀ ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କୁ ପଚାରିବାରୁ କହିଛନ୍ତି, କୁଣ୍ଡିନଈର ସଂସ୍କାର ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା। ମାତ୍ର ଏହାକୁ ମଞ୍ଜୁରୀ ମିଳିନାହିଁ। ପ୍ରସ୍ତାବ ମଞ୍ଜୁର ହୋଇ ଅନୁଦାନ ମିଳିଲେ ସଂସ୍କାର ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri