ସ୍ଥିତି ହରାଇଛି ଐତିହାସିକ କୋଷ୍ଟ କେନାଲ

ବାଲିଆପାଳ, ୧୫।୩(ସୁକାନ୍ତ କୁମାର ଗିରି)-ବ୍ରିଟିଶ ଅମଳରେ ଜଳପଥରେ ଗମନାଗମନ, ନୈାବାଣିଜ୍ୟ ଲାଗି ଖୋଳାଯାଇଥିବା ଓଡ଼ିଶା କୋଷ୍ଟ କେନାଲ ଏବେ ସ୍ଥିତି ହରାଇ ବସିଛି। ଦେଶ ସ୍ବାଧୀନ ହେବା ପରେ ସ୍ଥାନୀୟ ଚାଷୀ ଜଳସେଚନ କାର୍ଯ୍ୟରେ ଏହି କେନାଲକୁ ବ୍ୟବହାର କରୁଥିଲେ। କ୍ରମେ ବିଭିନ୍ନ ସ୍ଥାନରେ ଏହା ପୋତି ହୋଇପଡିବାରୁ ଆଉ ଲୋକଙ୍କ କାମରେ ଆସୁନାହିଁ । କୋଷ୍ଟ କେନାଲ ପୁନରୁଦ୍ଧାର ଲାଗି ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରିଥିଲେ ମଧ୍ୟ ତାହା କେବଳ କାଗଜକଲମରେ ସୀମିତ ରହିଛି। କୋଷ୍ଟ କେନାଲ ପାର୍ଶ୍ୱ ସରକାରୀ ଜାଗା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଯେଉଁଠି କିଛି ମାତ୍ରାରେ କେନାଲର ସ୍ଥିତି ଅଛି, ସେଠାରେ ଏହା କେବଳ ବେଆଇନ ଚିଙ୍ଗୁଡ଼ି ଝିଲି କରିଥିବା ବ୍ୟବସାୟୀଙ୍କ କାମରେ ଆସୁଛି। ଐତିହାସିକ କୋଷ୍ଟ କେନାଲର ପୁନରୁଦ୍ଧାର ହେଲେ ଚାଷୀ ଜଳସେଚନ ସୁବିଧା ପାଇବେ ଏବଂ ଅଞ୍ଚଳର ପର୍ଯ୍ୟଟନ ବିକାଶ ହେବ ବୋଲି ଲୋକେ ଆଶା ରଖିଥିଲେ। କିନ୍ତୁ ପୁନରୁଦ୍ଧାର ଯୋଜନା ଦିଗହରା ହେବାରୁ ଏହା ଅଞ୍ଚଳବାସୀଙ୍କୁ କ୍ଷୁବ୍ଧ କରିଛି।
ଉଲ୍ଲେଖନୀୟ ଯେ, ବ୍ରିଟିଶ ଅମଳରେ ନ’ଅଙ୍କ ଦୁର୍ଭିକ୍ଷ ଓଡ଼ିଶାରେ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେତେବେଳେ ଜଳସେଚନ ଓ ଜଳପଥ ପରିବହନ ଲକ୍ଷ୍ୟ ନେଇ ବ୍ରିଟିଶ ସରକାର ଆନ୍ତଃ ପ୍ରାଦେଶିକ ଯୋଗାଯୋଗ ଲାଗି କୋଷ୍ଟ କେନାଲ ଖୋଳାଇଥିଲେ। ଏହା କାର୍ଯ୍ୟକ୍ଷମ ହେବା ପରେ ସୁନାବ୍ୟା ହେଲା। ବଡ଼ ବଡ଼ ନୈାକା, ବୋଟ୍‌, ମୋଟର ଲଞ୍ଚ ସହଜରେ ଯା’ଆସ କରୁଥିଲା। ଉକ୍ତ କେନାଲ ପଶ୍ଚିମବଙ୍ଗର ହୁଗୁଳି ନଦୀ ନିକଟ ଗେଉଁଖାଲିରୁ ନାସିରାବାଦ ପର୍ଯ୍ୟନ୍ତ ୯୧ କି.ମି. ଅତିକ୍ରମ କରି ଓଡ଼ିଶାର ଭୋଗରାଇ, ବାଲିଆପାଳ ଓ ଭଦ୍ରକର ଚାରବାଟିଆଠାରେ ମତେଇ ନଦୀରେ ମିଶିଥିଲା। ୧୪୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି କୋଷ୍ଟ କେନାଲ ଏବେ ପୁନରୁଦ୍ଧାର ହୋଇ ନ ପାରି ଅକାମୀ ହୋଇପଡିଛି। ସଡ଼କ ଓ ରେଳ ପରିବହନ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏହି କେନାଲ ଯେମିତି ଅଲୋଡା ହୋଇଯାଇଛି। କୋଷ୍ଟ କେନାଲର ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଜଳସେଚନ ବିଭାଗ ଯନ୍ତ୍ରୀ ଜୟକୃଷ୍ଣ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଏନେଇ କେନ୍ଦ୍ର ଜଳ ସମ୍ପଦ ବିଭାଗକୁ ମେଗା ପ୍ରୋଜେକ୍ଟ ପଠାଯାଇଛି, ମାତ୍ର ଏହା ଅନୁମୋଦନ ହୋଇନାହଁି। କୋଷ୍ଟ କେନାଲ ବନ୍ଧର ମରାମତି ପାଇଁ ୨ବର୍ଷ ତଳେ ଯେଉଁ କାମ ହୋଇଥିଲା ତାହା ସେତିକିରେ ସୀମିତ ହୋଇରହିଛି। ରାଜନୈତିକ ଇଚ୍ଛାଶକ୍ତି ନ ହେଲେ ଏହାର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି କହିଛନ୍ତି ଡ୍ରେନେଜ ବିଭାଗ ଯନ୍ତ୍ରୀ ସୁଧୀର କୁମାର ପରିଡ଼ା। ଏ ବାବଦରେ ତହସିଲଦାର ପ୍ରଦୀପ କୁମାର ଦାସଙ୍କୁ ପଚାରିବାରୁ କୋଷ୍ଟ କେନାଲ ଜମିକୁ ଜବରଦଖଲ କରିଥିବା ବେଆଇନ ଝିଲି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏମ୍‌ପି, ବିଧାୟକ ଓ ଲୋକପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ କୁଶଧ୍ୱଜ ଜେନା, ଅନନ୍ତ ରାଉତ, ମନ୍ମଥ ପାତ୍ର, ଅନନ୍ତ ଜେନା, ଅନୁଜ ମହାପାତ୍ର, ଅରୁଣ ଜେନା, ରାଜେଶ ଚୈାଧୁରୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri