Categories: ଜାତୀୟ

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ତେବେ ଏହା ସୌଜନ୍ୟ ମୂଳକ ସାକ୍ଷାତ୍‌କାର ବୋଲି କୁହାଯାଉଛି। ଏହି ମର୍ମରେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ କୈଳାସ ବିଜୟବର୍ଗୀୟଙ୍କ ମନ୍ତବ୍ୟ ସ୍ଥିତିକୁ ଅଧିକ ସରଗରମ କରିଛି। କୈଳାସ କହିଛନ୍ତି ପଶ୍ଚିମବଙ୍ଗର ସ୍ଥିତି ନ ସୁଧୁରିଲେ ଏଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସ୍ଥିତି ନିୟନ୍ତ୍ରଣରେ ଥିବା ସ୍ବରାଷ୍ଟ୍ର ବିଭାଗକୁ ସୂଚିତ କରି ସାରିିଛନ୍ତି।

Share