ସ୍ଥିତି ଦେଖି ନିଷ୍ପତ୍ତି ନେବ ବିଜେଡି : ପ୍ରତାପଦେବ

ଭୁବନେଶ୍ୱର,୨୧।୫(ବ୍ୟୁରୋ)- ଦିନକ ପରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଅଧିକାଂଶ ଏକଜିଟ୍‌ ପୋଲ ଏନ୍‌ଡିଏ ସପକ୍ଷରେ ମତ ଦେଇଛନ୍ତି। କେତେକ ଏକ୍‌ଜିଟ୍‌ ପୋଲ ଏନ୍‌ଡିଏ ସଂଖ୍ୟା ଗରିଷ୍ଠତାରୁ ସାମନ୍ୟ କମ୍‌ ଆସନ ପାଇବ ବୋଲି ଆକଳନ କରିଛନ୍ତି। ଏହି ପରିସ୍ଥିତିରେ କେତେକ ଆଞ୍ଚଳିକ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି। ତେଣୁ ଓଡ଼ିଶାର ବିଜେଡି, ତେଲେଙ୍ଗାନାର ଟିଆରଏସ୍‌ ଏବଂ ଆନ୍ଧ୍ର ପ୍ରଦେଶର ଟିଡିପି ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି କାହା ସପକ୍ଷରେ ଯିବ, ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସଙ୍କେତ ଦେଇନାହିଁ। ୨୩ ଫଳାଫଳ ପରେ ଦଳ ନିଷ୍ପତ୍ତି ନେବ ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ପ୍ରତାପ କହିଛନ୍ତି ଯେ, ବିଜେଡି ଆଞ୍ଚଳିକ ଦଳ ହୋଇଥିବାରୁ କେନ୍ଦ୍ରରେ ସରକାର କରିବ ନାହିଁ। ୟୁପିଏ କିମ୍ବା ଏନ୍‌ଡିଏ ସରକାର କରିବେ। ତେଣୁ ଆମେ କାହା ପାଖକୁ ଦୌଡି ଯାଉନୁ। ଯାହାର ଦରକାର ହେବ, ସେ ଆମ ପାଖକୁ ଆସିବ। ଦେଶର ରାଜନୈତିକ ପରିସ୍ଥିତି ଉପରେ ବିଜେଡି ନଜର ରଖିଛି। ଦଳର ଶୀର୍ଷ ନେତୃତ୍ୱ ବିଭିନ୍ନ ଦିଗ ନେଇ ବିଚାର କରୁଛନ୍ତି, ତେଣୁ ସ୍ଥିତି ଦେଖି ବିଜେଡି ନିଷ୍ପତ୍ତି ନେବ ବୋଲି ପ୍ରତାପଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri