ସ୍ଥିତିରେ ସୁଧାର ଆସିଲେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ, ୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତିରେ ସୁଧାର ଆସିଲେ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ବୁଧବାର ସୂଚନା ଦେଇଛନ୍ତି। ବନ୍ଦେ ଭାରତ ମିଶନରେ ଅଧିକ ବିମାନକୁ ମୁତୟନ କରାଯିବାର ଯୋଜନା କରାଯାଇଛି। ଯାହାଦ୍ୱାରା ବିଦେଶରେ ଅଟକି ରହିଥିବା ଭାରତୀୟ ସହଜରେ ସ୍ବଦେଶ ଫେରିପାରିବେ। ସେହିପରି ଭାରତରେ ଥିବା ବିଦେଶୀ ମଧ୍ୟ ନିଜ ନିଜ ଦେଶକୁ ଫେରିପାରିବେ। ମେ ୬ଠାରୁ ବର୍ତ୍ତମାନ ସୁଦ୍ଧା ବନ୍ଦେ ଭାରତ ମିଶନରେ ୩୧୨ ବିମାନ ଦ୍ୱାରା ୫୭ ହଜାରରୁ ଅଧିକ ଭାରତୀୟ ସ୍ବଦେଶ ଫେରିଛନ୍ତି। ସେହିପରି ୩୧୪ଟି ବିମାନ ଦ୍ୱାରା ୧୩ ହଜାରରୁ ଅଧିକ ଲୋକ ବିଦେଶରେ ନିଜନିଜ ଲକ୍ଷ୍ୟସ୍ଥଳକୁ ଯାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି।

Share