ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହନ: ହଳଦୀ ପ୍ରସ୍ତୁତିକରଣ ଯନ୍ତ୍ର ଉଦ୍‌ଘାଟିତ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.): ମହିଳା ସଶକ୍ତିକରଣ ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ବେଦାନ୍ତ ଆଲୁମିନିୟମ ହଳଦୀ ପ୍ରକ୍ରିୟାକରଣ ଯନ୍ତ୍ର ଉଦ୍‌ଘାଟନ। କରିଛି  କମ୍ପାନୀ ସଖୀ ନାମରେ ଯୋଜନା ମହିଳାମାନଙ୍କ ନିମନ୍ତେ ଜାରିରଖିଛି । ଏହି ଅବସରରେ ବେଦାନ୍ତ ଲାଞ୍ଜିଗଡ଼ ସିଇଓ ରାକେଶ ମୋହନ କହିଛନ୍ତି ଯେ, ଆମ ଦ୍ୱାରା ପରିଚାଳିତ ଏହି ଯୋଜନା ସମାଜର ମଙ୍ଗଳ ନିମନ୍ତେ କିପରି କମ୍ପାନୀ ଓ ଜନସାଧାରଣ ମିଳିମିଶି କାମ କରିପାରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ। ଲାଞ୍ଜିଗଡ଼ର ମହିଳାମାନଙ୍କୁ ଆର୍ଥତ୍କ ସହାୟତା, ସାମାଜିକ ସୁରକ୍ଷା ଓ ବାଣିଜି୍ୟକ କ୍ଷମତା ପ୍ରଦାନ କରି ଆମେ ଗର୍ବିତ ବୋଲି କହିଛନ୍ତି।