Posted inଖେଳ

ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ଆଇଓସି ସଦସ୍ୟ

ଟୋକିଓ, ୨୪।୩: କୋଭିଡ-୧୯ ବା କରୋନା ଭାଇରସ ଆତଙ୍କ କାରଣରୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୂମ୍ଭ ଅଲିମ୍ପିକ୍ସ ସ୍ଥଗିତ ହେବା ଏକା ପ୍ରକାର ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସଦସ୍ୟ ଡିକ୍‌ ପାଉଣ୍ଡ ଏ ନେଇ ସୂଚନା ଦେଇଛନ୍ତି। ଅଲିମ୍ପିକକୁ ସ୍ଥଗିତ ରଖାଯିବ ବୋଲି ସେ କହିଛନ୍ତି। ଆଗାମୀ ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ରୀଡ଼ା ମହାକୂମ୍ଭ ୨୦୨୧କୁ ଘୁଞ୍ଚାଇ ଦିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ମଳିଥିତ୍ବା ବିଭିନ୍ନ ସୂଚନାକୁ ଆଧାର କରି ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ୟୁଏସ୍‌ଏ ଟୁଡେ ସ୍ପୋଟର୍‌ସକୁ ସାକ୍ଷାତ୍‌କାର ଦେଇ ପାଉଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଲିମ୍ପିକ୍ସ ଆୟୋଜନ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପର୍ଯ୍ୟାୟକ୍ରମେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ୭୮ ବର୍ଷୀୟ ପାଉଣ୍ଡ କହିଛନ୍ତି। ପାଉଣ୍ଡ କେବଳ ଆଇଓସି କାର୍ଯ୍ୟକାରୀ କମିଟିରେ ନାହାନ୍ତି ସେ ମଧ୍ୟ ଆଇଓସିର ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ରହିଛନ୍ତି। ତେବେ ଆନୁଷ୍ଠାନିକ ଭାବେ ଆଇଓସି ତରଫରୁ ଅବଶ୍ୟ ଅଲିମ୍ପିକ୍ସ ସ୍ଥଗିତ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।
ଆଇଓସିର ସବୁ ସଦସ୍ୟ ଆଇଓସି କାର୍ଯ୍ୟକାରୀ ବୋର୍ଡର ନିଷ୍ପତ୍ତିକୁ କଦର୍ଥ କରି ଏଭଳି ଅବାଞ୍ଚିତ ମନ୍ତବ୍ୟ ଦେବା ଠିକ୍‌ ନୁହଁ ବୋଲି ଆଇଓସି ମୁଖପାତ୍ର ମାର୍କ ଆଡମ୍ସ କହିଛନ୍ତି। ପ୍ରଥମଥର ପାଇଁ ଏଭଳି କାରଣରୁ ଅଲିମ୍ପିକ ସ୍ଥଗିତ ହେବାକୁ ଯାଉଛି। ପୂର୍ବରୁ ଅବଶ୍ୟ ବିଶ୍ୱଯୁଦ୍ଧ ପାଇଁ ଅଲିମ୍ପିକ୍ସ ବାତିଲ ହୋଇଥିଲା। ୧୯୧୬ ଅଲିମ୍ପିକ୍ସ ପ୍ରଥମ ବିଶ୍ୱଯୁଦ୍ଧ ବାତିଲ ହୋଇଥିଲା। ସେହିପରି ୧୯୪୦ ଓ ୧୯୪୪ରେ ଉଭୟ ସମର ଅଲିମ୍ପିକ୍ସ ଓ ଶୀତକାଳୀନ ଅଲିମ୍ପିକ୍ସ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ବାତିଲ ହୋଇଥିଲା।
ଉଲ୍ଲେଖଥାଉ କି, କରୋନା ଭାଇରସ ସଂକ୍ରମଣ କାରଣରୁ ସୋମବାର ଅଷ୍ଟ୍ରେଲିଆ ଓ କାନାଡ଼ା ଅଲିମ୍ପିକ୍ସରୁ ସେମାନଙ୍କ ଖେଳାଳିଙ୍କୁ ଓହରିଯିବାକୁ କହିଥିଲା। ଅନ୍ୟପଟେ କହିବାକୁ ଗଲେ ଏହି ଦୁଇ ଦେଶ ଅଲିମ୍ପିକ୍ସରୁ ଏକ ପ୍ରକାର ଓହରିଯାଇଛନ୍ତି କହିଲେ ଭୁଲ ହେବ ନାହିଁ। ବିଶ୍ୱର ବିଭିନ୍ନ ତାରକା କ୍ରୀଡ଼ାବିତ ଓ କ୍ରୀଡ଼ା ସଂଗଠନ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଅପିଲ ମଧ୍ୟ କରିଛନ୍ତି। ତେବେ ଆଗାମୀ ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri