ସ୍ତ୍ରୀ ମୀରାଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ଶାହିଦ

ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା କରିବାରେ ଲାଗିଛନ୍ତି। ଏମିତି ଖାସ୍‌ ଦିନରେ ମୀରା ଶାହିଦଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଏହା ପରେ ଶାହିଦ ମଧ୍ୟ ଏକ ଫଟୋ ଶେୟାର କରି ମୀରାଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି। ଶାହିଦ ମୀରାଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ମୀରା ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଫଟୋରେ ଶାହିଦ କ୍ୟାପଶନ ଲେଖିବାକୁ ଆଦୌ ଭୁଲିନାହାନ୍ତି, ସେ ଲେଖିଛନ୍ତି, ‘ମୀରାଙ୍କ ଏଇଟା ପ୍ରଥମ ଫଟୋ, ଯେଉଁଟାକୁ ମୁଁ ଫୋନ୍‌ରେ ସେଭ୍‌ କରି ରଖିଥିଲି।’

ଏହା ପୂର୍ବରୁ ମୀରା ଯେଉଁ ଫଟୋ ଶେୟାର କରିଥିଲେ, ତାହା ତାଙ୍କ ବିବାହ ସମୟର। ଏହି ଫଟୋରେ ମୀରା ବି କ୍ୟାପଶନ ଲେଖିଛନ୍ତି, ‘ ତୁମେ ମୋ’ ଦୁନିଆ ବନାଇ ଦେଲ’। ମୀରା ଏବଂ ଶାହିଦଙ୍କ ଆରେଞ୍ଜ ମ୍ୟାରେଜ୍‌ ହୋଇଥିଲା। ମୀରାଙ୍କ ପରିବାର ଦିଲ୍ଲୀରେ ରହୁଥିଲେ। ବିବାହ ପ୍ରସ୍ତାବ ପଡ଼ିବା ପରେ ଶାହିଦ ଯାଇ ମୀରାଙ୍କୁ ଭେଟିଥିଲେ। ଏହା ପରେ ୭ ଜୁଲାଇ ୨୦୧୫ରେ ମୀରା-ଶାହିଦ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share