Categories: ଜାତୀୟ

ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ଡାକ୍ତର

ଗୁରୁଗ୍ରାମ, ୧।୭: ସାରା ଦେଶରେ ଜୁଲାଇ ୧ ତାରିଖକୁ ନ୍ୟାଶନାଲ ଡକ୍ଟର’ସ ଡେ ପାଳନ କରାଯାଉଥିବାବେଳେ ଦିଲ୍ଲୀର ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଡାକ୍ତର ସ୍ତ୍ରୀ, ଦୁଇ ସନ୍ତାନଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ଗୁରୁଗ୍ରାମର ସେକ୍ଟର ୪୯ରେ ରହୁଥିବା ଡାକ୍ତର ପ୍ରକାଶ ସିଂ(୫୫)ଙ୍କ ଘରୁ ଏକ ସୁଇସାଇଟ୍‌ ନୋଟ ଜବତ କରିଛି ପୋଲିସ। ଯେଉଁଥିରେ ସେ ଲେଖାଅଛି, ମୁଁ ମୋ ପରିବାର ସମ୍ଭାଳି ପାରୁ ନ ଥିବାରୁ ଏଭଳି ପଦକ୍ଷେପ ନେଉଛି। ସୂଚନାଯୋଗ୍ୟ, ମୂଳତଃ ବାରଣାସୀ ବାସିନ୍ଦା ପ୍ରକାଶ ଗତ ୮ ବର୍ଷ ହେଲା ଗୁରୁଗ୍ରାମରେ ରହିଆସୁଥିଲେ। ତାଙ୍କ ସ୍ତ୍ରୀ ସୋନୁ ସିଂ(୫୦)ଙ୍କ ୪ଟି ପ୍ଲୋ ସ୍କୁଲ ଥିଲା। ଝିଅ ଅଦିତି(୨୨) ଏବଂ ପୁଅ ଆଦିତ୍ୟ(୧୨) ପାଠ ପଢୁଥିଲେ। ପ୍ରକାଶ ଏବଂ ତାଙ୍କ ସ୍ତ୍ରୀ ବିଭିନ୍ନ ସାମାଜିକମୂଳକ କାର୍ଯ୍ୟରେ ଜଡିତ ମଧ୍ୟ ଥିଲେ। କେଉଁ କାରଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ତା’ର କାରଣ ଜଣାପଡିନାହିଁ। ପ୍ରଥମେ ସ୍ତ୍ରୀ ଏବଂ ଦୁଇ ସନ୍ତାଙ୍କୁ ଛୁରୀ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଛି।

Share