ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡ୍‌ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ ଖୋଲି ନାଚୁଥିବା ଦେଖିବାକୁ ମିଳିଛି। ପ୍ରକୃତ ଘଟଣା ହେଲା ନିକଟରେ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜାଙ୍କର ଏକ ମ୍ୟୁଜିକ ଭିଡିଓ ଦେଖିବାକୁ ମିଳିଥିଲା। ଏହାର ଲଞ୍ଚ ପାର୍ଟି ମୁମ୍ବାଇରେ କିଛିଦିନ ତଳେ ଆୟୋଜିତ ହୋଇଥିଲା। ଆଉ ଏହି ପାର୍ଟିରେ ଗୋବିନ୍ଦା ଓ ସୁନିତା ଖୁବ୍‌ ନାଚିଥିଲେ। ତେବେ ସୁନିତା ଏମିତି ନାଚିଥିଲେ ଯେ ଗୋବିନ୍ଦା ମଧ୍ୟ କିଛି ସମୟ ପାଇଁ ଅଟକି ଯାଇଥିବା ଦେଖିବାକୁ ମିଳିଥିଲା। ସେହି ସମୟର ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ଯାହା ଗୋବିନ୍ଦାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି।

Share