ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କଲେ ସ୍ବାମୀ

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ବାମୀ। ଆମେରିକାର କେଣ୍ଟୁକିରେ ରହୁଥିବା କେଲସି ବ୍ରେଓ୍ବେର ମା’ ହେବାକୁ ଯାଉଛନ୍ତି। ତାଙ୍କର ବହୁତ ଇଚ୍ଛା ଥିଲା ସେ ଗର୍ଭାବସ୍ଥାରେ ଫଟୋଶୁଟ୍‌ କରିବେ। କିନ୍ତୁ ତାହା ପୂରଣ ହୋଇପାରି ନ ଥିଲା। ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବେଡ୍‌ରେ ବିଶ୍ରାମ ନେବାକୁ କହିଛନ୍ତି। ଏପରିସ୍ଥଳେ ସ୍ତ୍ରୀଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସ୍ବାମୀ କିଆନା ସ୍ମିଥର୍‌ ମ୍ୟାଟରନିଟି ଫଟୋଶୁଟ୍‌ କରିଛନ୍ତି। ତାହା ପୁଣି ଏକୁଟିଆ। କେଲସି ନିଜ ଫେସ୍‌ବୁକରେ ସ୍ବାମୀଙ୍କ ଫଟୋ ଅପଲୋଡ କରି ଏହି ସୂଚନା ଦେଇଛନ୍ତି। କିଆନା ଏଭଳି ଫଟୋଶୁଟ୍‌ କରିଥିବା କେଲସିଙ୍କ ଆଦୌ ଜଣା ନ ଥିଲା। ସେ ଫଟୋ ଦେଖିବା ପରେ ଖୁସିରେ କାନ୍ଦି ପକାଇଥିଲେ। ସୋସିଆଲ ମିଡିଆରେ ମଧ୍ୟ କିଆନାଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Share