ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କିଲେ ସ୍ବାମୀ, ଲେଖିଲେ ଏମିତି କିଛି କଥା

ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ମନାଇବା ପାଇଁ ନିଜ ଶରୀରରେ ଟାଟୁ ଆଙ୍କି ସେଥିରେ ଏମିତି କିଛି ଲେଖିଛନ୍ତି, ଯାହା ଜାଣି ଆପଣ ବି କହିବେ ସ୍ବାମୀଙ୍କୁ ସେ କ୍ଷମା କରିଦିଅନ୍ତୁ। କାରଣ ସ୍ତ୍ରୀ-ସ୍ବାମୀ ସମ୍ପର୍କ ସାତ ଜନ୍ମର। ସ୍ବାମୀ ଜଣଙ୍କ କାହିଁକି, କ’ଣ ପାଇଁ ଏମିତି ଲେଖିଛନ୍ତି ……।
ସ୍ବାମୀ ଜଣଙ୍କ ସ୍ତ୍ରୀଙ୍କୁ ଧୋକ୍କା ଦେଇଥିଲେ। ଏହା ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ। କିନ୍ତୁ ବ୍ୟକ୍ତିଜଣକ ଚାହୁଁ ନ ଥିଲେ ସ୍ତ୍ରୀଙ୍କଠାରୁ ଦୂରେଇ ରହିବାକୁ। ସ୍ତ୍ରୀଙ୍କୁ ଫେରି ପାଇବା ପାଇଁ ସେ ଏକ ଭିନ୍ନ ତରିକା ଆପଣାଇଛନ୍ତି। ଦିଲ୍ଲୀର ଟୋରେସ୍‌ ନାମକ  ଜଣେ ବ୍ୟକ୍ତି ନିଜ ଛାତିରେ ଟାଟୁ ଆଙ୍କି ଲେଖିଛନ୍ତି, ମୁଁ ଧୋକାବାଜ, ମିଛୁଆ, ବେଇମାନ ଏବଂ ସମ୍ମାନ କରୁ ନ ଥିବା ବ୍ୟକ୍ତି। ତୁମେ ମୋତେ କ୍ଷମା କରି ମୋ’ ପାଖକୁ ଫେରିଆସ। ଖାଲି ଲେଖିନାହାନ୍ତି ଛାତିର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର ବି କରିଛନ୍ତି। ଏହାକୁ ଦେଖି କିଛି ୟୁଜର ସ୍ବାମୀଙ୍କ ପାଖକୁ ଫେରିଯିବାକୁ ସ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଆଉ କିଛି ୟୁଜର ଲେଖିଛନ୍ତି, ଏମିତି ଲୋକଙ୍କୁ କ୍ଷମା ମିଳିବା ଉଚିତ୍‌ ନୁହେଁ।

Share