ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ ଜେଇ

ରେଢାଖୋଲ, ୧୯।୪(ଡି.ଏନ.ଏ.): ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଅଭିଯୋଗରେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ କାର୍ଯ୍ୟରତ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୁପ୍ରସାଦ ବେହେରା ଶନିବାର ଜେଲ ଯାଇଛନ୍ତି। ଶୁକ୍ରବାର ତାଙ୍କ ସ୍ତ୍ରୀ ରଶ୍ମିମୟି ତାଣ୍ଡିଙ୍କ ଅଭିଯୋଗକ୍ରମେ ରେଢାଖୋଲ ପୋଲିସ ତାଙ୍କୁ ଗିରଫ କରିଥିଲା। ଏ ନେଇ ଦଫା ୪୯୮(କ), ୩୦୭, ୫୦୬ ଓ ଯୌତୁକ ନିର୍ଯାତନା ପ୍ରତିରୋଧ ଆଇନର ଧାରା ୪ରେ ଏକ ମାମଲା (ନଂ. ୬୬/୨୦)ରୁଜୁ ହୋଇଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ୫ବର୍ଷ ତଳେ ବିଭୁପ୍ରସାଦ ଓ ରଶ୍ମିଙ୍କ ମଧ୍ୟରେ ବିବାହ ହୋଇଛି। ତାଙ୍କର ଏକ ୫ ବର୍ଷର ପୁଅ ଅଛି। ତେବେ ବିଭିନ୍ନ ସମୟରେ ବିଭୁପ୍ରସାଦ ୫ଲକ୍ଷ ତଙ୍କା ଯୌତୁକ ଆଣିବାକୁ କହି ରଶ୍ମିଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଶୁକ୍ରବାର ଏହି କଥାକୁ ନେଇ ସେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଭୁପ୍ରସାଦଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।