Posted inଗଜପତି

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଚନ୍ଦ୍ରଗିରି,୧୫ା୮(ଡି.ଏନ.ଏ.):ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରିର ଚନ୍ଦନପୁର ବସ୍ତିରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀ ଗଳାରେ ଶାଢି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ବୁଧବାର ଦମ୍ପତିଙ୍କ ମୃତଦେହକୁ ପୋଲିସ ଜବତ କରିଛି। ସ୍ତ୍ରୀ ସୁମିତ୍ରାଙ୍କ କ୍ଷତବିକ୍ଷତ ମୃତଦେହ ବିଛଣାରେ ପଡିଥିବାବେଳେ ସ୍ବାମୀ ବଚ୍ଚନଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଏନେଇ ମୋହନା ଥାନାରେ ଏକ ମାମଲା(ନଂ.୧୩୯/୧୯) ରୁଜୁ କରି ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ କିଛିବର୍ଷ ତଳେ ସୁମିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ଗୋଟିଏ ଝିଅ ଅଛି। ବଚ୍ଚନ ମଜୁରି ଲାଗି ପରିବାର ଚଳାଉଥିଲେ। ସ୍ତ୍ରୀଙ୍କ ସହ କୌଣସି ବିବାଦ ନ ଥିଲା। ମଙ୍ଗଳବାର ରାତିରେ ଏହି ଦମ୍ପତି ଖାଇପିଇ ଗୋଟିଏ ଘରେ ଶୋଇଥିଲେ। ଝିଅ ଜେଜେ ମା’ଙ୍କ ପାଖରେ ଶୋଇଥିଲେ। ବୁଧବାର ସକାଳେ ପୁଅବୋହୂ ନ ଉଠିବାରୁ ମା’ ବାସନ୍ତୀ ନାୟକ ତାଙ୍କ ଘରର କବାଟ ବାଡେଇ ଡାକିଥିଲେ। ତଥାପି କେହି ନ ଶୁଣିବାରୁ ସେ କବାଟ ଫାଙ୍କରେ ହାତ ଗଳାଇ ହୁକ୍‌ ଖୋଲି ଭିତରକୁ ଯାଇଥିଲେ ା ହେଲେ ଘର ଭିତର ଦୃଶ୍ୟ ଦେଖି ସେ ନିଜକୁ ବିଶ୍ୱାସ କରିପାରି ନ ଥିଲେ ା ପୁଅ ବଚ୍ଚନ ଶାଢ଼ିରେ ଫାଶ ଲଗାଇ ଝୁଲୁଥିବା ବେଳେ ବୋହୂଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବିଛଣାରେ ପଡ଼ିଥିଲା। ଏନେଇ ବାସନ୍ତୀ ପାଟିକରି ପଡ଼ିଶାଙ୍କୁ ଡାକିଥିଲେ। ଖବର ପାଇ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଦୁଇଟିକୁ ଜବତ କରିଥିଲେ। ମୃତଦେହ ନିକଟରୁ ପୋଲିସ ୨ଟି ମଲା କୁକୁଡା ଓ ଏକ ଟାଙ୍ଗିଆ ଜବତ କରିଛି। ଘରେ କୌଣସି ଅଶାନ୍ତି ନ ଥିବାବେଳେ ପୁଅ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଏପରି କରିଛନ୍ତି ବୋଲି ବଚ୍ଚନଙ୍କ ମା’ ବାସନ୍ତୀ କହିଛନ୍ତି।
ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ବଚ୍ଚନ ଜଣେ ମାନସିକ ବିକାରଗ୍ରସ୍ତ ଓ ସେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକରିବା ପରେ ନିଜେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ା ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍‌ ତଦନ୍ତ ଚଳାଇଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଏସ୍‌ଡିପିଓ ମହାନ୍ତି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri