ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବାରଙ୍ଗ/ ନରାଜ, ୨୮।୮(ଡି.ଏନ୍‌.ଏ.): ବାରଙ୍ଗ ବ୍ଳକ ଶିକ୍ଷା ମଣ୍ଡଳ ଅଧୀନସ୍ଥ ପଞ୍ଚୁପାଳ ଉଚ୍ଚପ୍ରଥାମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଥିବା ପ୍ରତିବାଦରେ ବୁଧବାର ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ସ୍କୁଲ ଫାଟକରେ ତାଲା ପକାଇବା ଦେଖିବାକୁ ମିଳିଛି। ସ୍କୁଲର ଛାତୀଛାତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ଠିକ୍‌ ସମୟରେ ସ୍କୁଲକୁ ଆସିଥିବା ବେଳେ ସ୍କୁଲ ବାହାରେ ଛିଡା ହୋଇରହିଥିଲେ। ଖବରପାଇ ଏବିଓ ପହଞ୍ଚତ୍ ଅଭିଭାବକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଜିଦରୁ ହଟି ନ ଥିଲେ। ଏପରିକି ଶିକ୍ଷକ ନଆସିବା ପର୍ଯ୍ୟନ୍ତ ପିଲାମାନେ ସ୍କୁଲକୁ ଆସିବେ ନାହିଁ ବୋଲି ରୋକଠୋକ କହିଥିଲେ। ସୂଚନା ମୁତାବକ, ପଞ୍ଚୁପାଳ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୦ଜଣ ପିଲା ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ ପାଇଁ ୫ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ। କିନ୍ତୁ ଗତ ମାସରେ ଗୋଟିଏ ଶିକ୍ଷକଙ୍କୁ ଚଣ୍ଡିପ୍ରସାଦ ସ୍କୁଲକୁ ଡେପୁଟେଶନରେ ପଠାଯାଇଥିଲା। ଯାହାକୁ ନେଇ ଅଭିଭାବକମାନେ ବ୍ଲକଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆବଶ୍ୟକତାକୁ ଦେଖି ତୁରନ୍ତ ଆଉ ଗୋଟେ ଶିକ୍ଷକଙ୍କୁ ଦେବାକୁ ଦାବି କରିଥିଲେ। ପ୍ରତିଶ୍ରୁତି ମିଳି ଥିଲେ ମଧ୍ୟ ଶିକ୍ଷକ ଆସି ନ ଥିଲେ। ଏହାପରେ ଅଭିଭାବକମାନେ ବିଧାୟକ ଦେବୀ ରଞନ ତ୍ରିପାଠୀଙ୍କୁ ଭେଟି ଅଭିଯୋଗ କରିଥିଲେ। ୭ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ମିଳିଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ବିଧାୟକଙ୍କୁ କହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲା ବୋଲି ଅଭିଭାବକ ରଣଜିତ ବିଶୋଇ ଅଭିଯୋଗ କରିଛନ୍ତି । ଏଭଳି ଦିନ ଗଡିଚାଲିଥିବାରୁ ଶେଷରେ ଅଭିଭାବକମାନେ ମିଶି ବୁଧବାର ସ୍କୁଲ ଖୋଲିବା ପରେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ୨ ଘଣ୍ଟାପରେ ମଧ୍ୟାହ୍ନ ୧୨ଟାରେ ଏବିଓ ଭାରତୀ ଆଚାର୍ଯ୍ୟ ପହଞ୍ଚତ୍ ଗ୍ରାମବାସୀ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିବା ସହ ୫ଦିନ ମଧ୍ୟରେ ଶିକ୍ଷକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ କେହି ଶୁଣି ନ ଥିଲେ। ପରେ ଶିକ୍ଷକ ନ ଆସିବା ପର୍ଯ୍ୟନ୍ତ ଜଣେ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ବିଦ୍ୟାଳୟରେ ପାଠ ପଢାଇବାର ବ୍ୟବସ୍ଥା କରିବୁ ବୋଲି ଏବିଓ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri