Categories: ଖେଳ

ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ଇନ୍ଦୋର,୧୨।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ। ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଖେଳିବାକୁ ଉଭୟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି। ମଙ୍ଗଳବାର ଅଧିନାୟକ ବିରାଟ କୋହଲି ଏକ ବିଜ୍ଞାପନ ଶୁଟିଂ ପାଇଁ ବିଚୋଲିସ୍ଥିତ ଶ୍ରୀଜି କ୍ୟାମ୍ପସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକ ଭିଡ ଜମିଥିଲା। କ୍ୟାମ୍ପସରେ କୋହଲି ସ୍କୁଲ ପିଲାଙ୍କ ସହ କ୍ରିକେଟ ଖେଳିଥିଲେ। ପିଲାଙ୍କ ବୋଲିଂ ବିରାଟ ଚୌକା ଏବଂ ଛକା ଲଗାଇଥିଲେ। ସୂଚନାଯୋଗ୍ୟ, ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କଟାଇବା ପାଇଁ ଭୁଟାନ ଯାଇଥିବା ବିରାଟ ସେଠାରୁ ଫେରି ବାଂଲାଦେଶ ସହ ଦୁଇଟିକିଆ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ଇନ୍ଦୋରରେ ପହଞ୍ଚି ଟିମ୍‌ ସହ ଯୋଗ ଦେଇଥିଲେ।

Share