ସ୍କୁଲ ଛୁଟିକୁ ନେଇ ହାଇକୋର୍ଟରେ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୨୦।୪: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜନିତ ସ୍କୁଲ ଛୁଟି ଘୋଷଣାକୁ ନେଇ ହାଇକୋର୍ଟରେ ଆଡଭୋକେଟ ଶିବନାରାୟଣ ବିଶ୍ୱାଳଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ସୂଚନାଥାଉ କି, ସରକାର ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୧୮ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ। ତାପମାତ୍ରା ରାଜ୍ୟରେ ସେତେ ଅଧିକ ନ ଥିବାବେଳେ ହଠାତ୍‌ ସରକାରଙ୍କ ସ୍କୁଲ ଛୁଟି ଘୋଷଣା ପିଲାଙ୍କୁ ଅଡୁଆରେ ପକାଇଛି। ଏହାଦ୍ୱାରା ବିଭିନ୍ନ ଶ୍ରେଣୀ ପାଇଁ ଧାର୍ଯ୍ୟ କରାଯାଇଥିବା ଶିକ୍ଷାଦିନ କମୁଥିବା ଯୋଗୁ ପିଲାଙ୍କ ପାଠପଢା ବ୍ୟାହତ ହେବ ବୋଲି ଆବେଦନକାରୀ କୋର୍ଟଙ୍କୁ ଦର୍ଶାଇଛନ୍ତି।