ସ୍କୁଲ, କଲେଜ ଫି ଛାଡ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ, ୨୮ା୫-କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଶିକ୍ଷାକ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି ା ଦୀର୍ଘ ସମୟ ଧରି ଲକ୍‌ଡାଉନ ଯୋଗୁଁ ଦେଶ, ରାଜ୍ୟ ତଥା ବଲାଙ୍ଗର ଜିଲାର ପ୍ରତ୍ୟେକ ବର୍ଗର ଲୋକେ ଘୋର ଆର୍ଥିକ କ୍ଷତି ସହୁଛନ୍ତି ା ବିଶେଷ କରି ମଧ୍ୟମ ଓ ନିମ୍ନ ଆୟକାରୀ ବର୍ଗଙ୍କ ଲୋକଙ୍କ ଅବସ୍ଥା ସାଂଘାତିକ ହୋଇପଡିଲାଣି ା ଏଭଳି ସ୍ଥିତିରେ ସେମାନଙ୍କ ପିଲା ଛୁଆମାନେ ପାଠ ପଢ଼ିବା ପାଇଁ ସ୍କୁଲ ଫି୍‌ ଦେବା ସମ୍ଭବ ନୁହେଁ ା ଏହି ପ୍ରସଙ୍ଗକୁ ନେଇ ଗୁରୁବାର ଜିଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ା ଅତିରିକ୍ତ ଜିଲାପାଳ ଅନନ୍ତ ଚରଣ ସିଂ ଲାଗୁରୀଙ୍କୁ ଦାବିପତ୍ର ଗ୍ରହଣ କରିଥିଲେ ା ଜିଲାର ସମସ୍ତ ଲୋକେ କରୋନା ଲକ୍‌ ଡାଉନ ଯୋଗୁଁ ଘୋର ଆର୍ଥିକ କ୍ଷତି ସହୁଥିବାରୁ ଜିଲାର ସମସ୍ତ ଛାତ୍ରୀଛାତ୍ରଙ୍କ ଚଳିତ ଶିକ୍ଷାବର୍ଷର ସରକାରୀ ଓ ବେସରକାରୀ ସ୍କୁଲ ଫି ଛାଡ କରାଯିବାକୁ ଦାବି କରାଯାଇଛି ା ଦ୍ୱିତୀୟରେ ପ୍ରତ୍ୟେକ କ୍ଲାସ ପାଇଁ ଆଡମିସନ ଓ ରିଆଡମିସନ ଫି ସମ୍ପୂର୍ଣ୍ଣ ମାଫ୍‌ କରିବାକୁ ଦାବି କରାଯାଇଛି ା ଆଗାମୀ ୩ ମାସ ପାଇଁ ପ୍ରତ୍ୟେକ ସ୍କୁଲର ଟ୍ୟୁସନ ଫି ମଧ୍ୟ ମାଫ୍‌ କରାଯିବାକୁ ଦାବି କରାଯାଇଛି ା ଏହା ସହିତ ରାଜେନ୍ଦ୍ର କଲେଜ ସମେତ ଯେତେ ସବୁ ଶିକ୍ଷାନୁଷ୍ଠାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି) ନିର୍ମାଣ କରି ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ସେସବୁକୁ ପ୍ରତ୍ୟେକ ଦିନ ସାନିଟାଇଜ କରାଯାଉ ବୋଲି ଦାବି କରିଥିଲେ ା