Categories: ଜାତୀୟ

ସ୍କୁଲରେ ପଶିଲା ପାଣି ରାସ୍ତାକଡରେ ପାଠପଢିଲେ ପିଲା

ପାଟନା,୨୦।୯: ବିହାରର ରାଜଧାନୀ ପାଟନାର ଏକ ସରକାରୀ ସ୍କୁଲରେ ପାଣି ପଶିଯିବାରୁ ପିଲାମାନଙ୍କର ପାଠ ପଢାରେ ନାନା ଅସୁବିଧା ଦେଖାଯାଇଛି। ଏମିତିକି ପିଲାମାନେ ରାସ୍ତା କଡରେ ଥିବା ଫୁଟ୍‌ପାଥ ଉପରେ ବସି ପାଠ ପଢୁଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ରାସ୍ତା କଡରେ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ଏବେ ଏହି ଖବର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।

Share