ସ୍କୁଲରେ ନିଆଁ ଲାଗି ୩୦ ପିଲା ଜଳିଗଲେ

ମନ୍‌ରୋଭିଆ, ୧୯ା୯: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମନ୍‌ରୋଭିଆ ଅନ୍ତର୍ଗତ ପେନେସ୍‌ଭିଲ୍ଲେସ୍ଥିତ ଏକ କୋରାନିକ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩୦ ସ୍କୁଲ ପିଲାଙ୍କ ପ୍ରାଣହାନି ଘଟିଛି। ପିଲାମାନେ ଏଠାରେ କୋରାନ୍‌ ଅଧ୍ୟୟନ କରୁଥିଲେ। ଏମାନଙ୍କ ବ୍ୟତୀତ ୨ ଶିକ୍ଷକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଲାଇବେରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଅଗ୍ନିକାଣ୍ଡ ପରେ ରାଷ୍ଟ୍ରପତି ଜର୍ଜ ଓ୍ବେହ ଦୁର୍ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ମୃତ ଛାତ୍ରଙ୍କ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଲା, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଏନେଇ ଖୋଳତାଡ଼ ଆରମ୍ଭ ହୋଇଥିବା ପୋଲିସ ମୁଖପାତ୍ର ମୋଜେସ୍‌ କାର୍ଟର ପ୍ରକାଶ କରିଛନ୍ତି।

Share