Categories: ଖେଳ

ସ୍କୁଲରେ ଏହି ବିଷୟ ପଢିବାକୁ ଡରୁଥିଲେ କୋହଲି, ପରୀକ୍ଷାରେ ୧୦୦ରୁ ରଖିଥିଲେ ମାତ୍ର ୩ ନମ୍ବର

ବିରାଟ କୋହଲି, କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ଏବେ ରାଜ୍‌ କରୁଛନ୍ତି। କିନ୍ତୁ ଜାଣିଛନ୍ତି ସ୍କୁଲରେ ପଢିବାବେଳେ କୋହଲିଙ୍କୁ ଗୋଟିଏ ବିଷୟ ପ୍ରତି ପ୍ରବଳ ଭୟ ଥିଲା। ସେହି ବିଷୟଟି ହେଉଛି ଗଣିତ। ଗଣିତ କଷିବାକୁ ମୋତେ ଡର ଲାଗୁଥିଲା। ପରୀକ୍ଷାରେ ୧୦୦ରୁ ମାତ୍ର ୩ ନମ୍ବର ହିଁ ହାସଲ କରିପାରିଥିଲି ବୋଲି କୋହଲି ଏକ ସାକ୍ଷାତକାରରେ କହିଛନ୍ତି। ବେଳେବେଳେ ମୁଁ ବୁଝିପାରେନି ପିଲାମାନେ ଏହି ବିଷୟରେ ୧୦୦ରୁ ୧୦୦ ପ୍ରତିଶତ ନମ୍ବର କେମିତି ଆଣନ୍ତି। ଗଣିତର ସୁତ୍ର ମୋର ଆଦୌ ମନେ ରହେନାହିଁ। ଏଥିପାଇଁ ସ୍କୁଲ ଶିକ୍ଷକ ମୋତେ ପ୍ରବଳ ପିଟନ୍ତି। ତାହା ସତ୍ତ୍ୱେ ବି ମୋର ଗଣିତ ହୁଏ ନାହିଁ ବୋଲି ସେ କହିଛନ୍ତି।

Share