ସ୍କୁଟିକୁ ଧକ୍କାଦେଇ ବସ୍‌ ଫେରାର: ୧ମୃତ,ଜଣେ ଗୁରୁତର

ରସୁଲପୁର,୨୩।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବସ୍‌ ସ୍କୁଟିକୁ ଧକ୍କାଦେବାରୁ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃୃତକ ହେଲେ ସ୍କୁଟି ଚାଳକ ତଥା କୃପାସିନ୍ଧୁ ବେହେରାଙ୍କ ପୁଅ ଶଶିକାନ୍ତ (୨୭)। ଗୁରୁତର ହେଲେ ଦେବେନ୍ଦ୍ର ସାହୁ (୩୦)। ଉଭୟଙ୍କ ଘର ବାରିପଦାସ୍ଥିତ ସାନକେରକୋରା ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନାଯେଗ୍ୟ, ଶଶିକାନ୍ତ ଓ ଦେବେନ୍ଦ୍ର ଏକ ସ୍କୁଟିରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ଛକ ନିକଟରେ ସେମାନଙ୍କ ସ୍କୁଟିକୁ ଏକ ବସ୍‌ ଧକ୍କା ଦେଇଥିଲା। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶଶିକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବସ୍‌ ଫେରାର ହୋଇଯାଇଛି।