ସ୍କିନ୍‌ ପାଇଁ ସେବତୀ

ଆପଣ ସେବତୀ ଫୁଲ ଦେଖିଥିବେ କିମ୍ବା ଜାଣିଥିବେ, ଯାହା ସ୍ବାସ୍ଥ୍ୟ ଏବଂ ତ୍ୱଚା ଲାଗି ବହୁତ ଉପକାରୀ। ସବୁପ୍ରକାର ସ୍କିନ୍‌ ପାଇଁ ଏହାକୁ ବ୍ୟବହାର କରିପାରିବେ। ଏ ବିଷୟରେ ଟିପ୍ସ…

ମଶ୍ଚରାଇଜର
ସେବତୀ ଫୁଲ ସ୍କିନ୍‌ ପାଇଁ ମଶ୍ଚରାଇଜର ପରି କାମ କରିଥାଏ ଏବଂ ଏହା ମଧ୍ୟ ୟଙ୍ଗ୍‌ ଲୁକ୍‌ ଦେଇଥାଏ। ଏଥିପାଇଁ ଏହି ଫୁଲକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧାଚାମଚ ମହୁ ମିଶାଇ ପ୍ରତିଦିନ ମୁହଁରେ ଲଗାନ୍ତୁ।
ଡାର୍କ ସର୍କଲ
ଆଖିତଳେ ଡାର୍କ ସର୍କଲ କିମ୍ବା କୌଣସି ଚିହ୍ନ ଦାଗ ଥିଲେ ପ୍ରତିଦିନ ସେବତୀ ଫୁଲକୁ ବ୍ୟବହାର କରିପାରିବେ।
ମୁଖବ୍ରଣ
ସେବତୀ ଫୁଲକୁ ଆପଣ କୌଣସି ବି ଉପାୟରେ ସ୍କିନ୍‌ରେ ଖୁବ୍‌ ସହଜରେ ବ୍ୟବହାର କରିପାରିବେ, ଯାହା ମୁଖବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।
ଫେସ୍‌ପ୍ୟାକ୍‌
ସେବତୀ ଫୁଲ ରସ ୪ ଚାମଚ ଓ ସେଥିରେ କେଇବୁନ୍ଦା ମହୁ, ଲେମ୍ବୁ ମିଶାନ୍ତୁ। ଏବେ ଏହାକୁ ପ୍ରତିଦିନ ମୁହଁରେ ଲଗାନ୍ତୁ। କିଛିଦିନ ପରେ ଦେଖିବେ ମୁହଁରେ ଥିବା ଦାଗ ଦୂର ହୋଇ ଆପଣ ସୁନ୍ଦର ଦେଖାଯିବେ।