ସୌରିକ ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

କାଳିଆପାଣି,୫ା୧୨(ଡି.ଏନ୍‌.ଏ.): କାଳିଆପାଣିସ୍ଥିତ ଖଣି ନିଗମ ଅତିଥିଶାଳାରେ ବୁଧବାର ୫ମ ବାର୍ଷିକ ସୌରିକ ଯୁବ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀରଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲା। ଏହି ଅବସରରେ ୨୦୨୦ ଜାନୁୟାରୀ ୮ରୁ ୧୨ ତାରିଖ ୫ ଦିନଧରି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଶହେରୁ ଊର୍ଦ୍ଧ୍ୱ ଷ୍ଟଲ, ବିଭିନ୍ନ ଦୋଳି ସାଙ୍ଗକୁ ଉନ୍ନତମାନର ଲାଇଟ ସାଜସଜ୍ଜା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ମହୋତ୍ସବର ପ୍ରଥମ ଦିନରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହ ରାତିରେ ସ୍ଥାନୀୟ ଅଞ୍ଚଳର କଳାକାର ନିଜ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ଅନ୍ୟ ଦିନଗୁଡିକରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ନାମୀଦାମୀ କଳାକାର କଳା ପ୍ରଦର୍ଶନ କରିବେ। ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ଯୁବପ୍ରତିଭା, ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କ ଦ୍ୱାରା କଳା ପ୍ରଦର୍ଶନ ସହିତ ଅଞ୍ଚଳର ସଂସ୍କୃତି, ଆଦିବାସୀ ଲୋକ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ସ୍ଥିର ହୋଇଥିବା ବେଳେ ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଇଛି। ମହୋତ୍ସବରେ ସ୍କୁଲ, କଲେଜ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏଥିସହ ଜିଲା ଓ ରାଜ୍ୟସ୍ତରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସୌରିକ ସମ୍ମାନରେ ସମ୍ମାନିତ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଏହି ବୈଠକରେ ଟାଟା କମ୍ପାନୀ ଖଣି ମୁଖ୍ୟ ରାଜେଶ ପଟେଲ, ଇମ୍ଫା ଖଣି ଉପସଭାପତି ସୁଧାଂଶୁ ପାଟନୀ, ଲୋକସମ୍ପର୍କ ପରିଚାଳକ ଜଗନମୋହନ ମଲ୍ଲିକ, ଓଡ଼ିଶା ଖଣି ନିଗମ ଆଞ୍ଚଳିକ ପରିଚାଳକ ମନୋଜ ପତି, ପରିଚାଳକ କାଠି ପ୍ରଧାନ, ବାଲେଶ୍ୱର ଆଲଏଜ ମ୍ୟାନେଜର ତାରିଣୀ ମହାନ୍ତି, ଫେକର ଲୋକସମ୍ପର୍କ ଅଧିକାରୀ ଶୁଶାନ୍ତ ସାହୁ, ବିଶ୍ୱଜିତ୍‌ ନାୟକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣି ଅଞ୍ଚଳରେ କାର୍ଯ୍ୟକରୁଥିବା ଏଇଏସିସି, ଇକଜିମ, ପଲ୍ଲବୀ ସିଣ୍ଡିକେଟ, କାଣ୍ଡୋଇ, ବହୁ ପରିବହନ ସଂସ୍ଥା ଓ ଖଣି ଠିକାଦାର, ଜନପ୍ରତିନିଧି ଜିଲାପରିସଦ ସଭ୍ୟ ପ୍ରତାପ ପାତ୍ର, ଭଗବତୀ ମହାନ୍ତ, ବିଦ୍ୟାଧର ପାତ୍ର, ସରପଞ୍ଚ ବିଶ୍ୱଜିତ ମହାନ୍ତି, ସବିତା ମହାନ୍ତ, ମନୋରମା ନାୟକ, ସୁଭସ୍ମ୍ମିତା ପାତ୍ର ଓ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଯୁବନେତା ପ୍ରଭାତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।