Posted inଖେଳ

ସୌରାଷ୍ଟ୍ର ଛାଡ଼ିଲେ ଜ୍ୟାକ୍‌ଶନ: ପୁଡୁଚେରୀ ତରଫରୁ ଖେଳିବେ

ଚେନ୍ନାଇ/ମୁମ୍ବାଇ,୧୨।୭(ପି.ଟି.): ଶେଲଡନ ଜ୍ୟାକ୍‌ଶନ ସୌରାଷ୍ଟ୍ର ଦଳ ଛାଡିଛନ୍ତି। ସୌରାଷ୍ଟ୍ରକୁ ଗତ ରଣଜୀ ସେସନରେ ଚାମ୍ପିୟନ କରାଇଥିବା ଏହି ତାରକା ବ୍ୟାଟ୍ସମ୍ୟାନ ଆଗାମୀ ଘରୋଇ ସେସନରେ ଏବେ ପୁଡୁଚେରୀ ପକ୍ଷରୁ ଖେଳିବେ। ଏ ନେଇ ଜ୍ୟାକଶନ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟକର ଥିଲା ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ ହିଁ ଏହି ନିଷ୍ପତ୍ତି ନେବାର ଉଚିତ୍‌ ସମୟ ବୋଲି ସେ କହିଛନ୍ତି। ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ଦ୍ୱାରା ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ସେ ଏହି କଥା କହିଛନ୍ତି। ୨୦୧୯-୨୦ ସେସନରେ ସେ ୧୦ ମ୍ୟାଚ୍‌ ଓ ୧୮ଟି ଇନିଂସ ଖେଳି ୫୦.୫୬ ରନ ହାରରେ ୮୦୯ ରନ ସଂଗ୍ରହ କରିଥିଲେ।
ପୂର୍ବତନ ଟେଷ୍ଟ ବୋଲର ପଙ୍କଜ ସିଂ ଗତ ସେସନରେ ଇଞ୍ଜୁରି ଯୋଗୁ ଖେଳିପାରି ନ ଥିଲେ ଓ ଏଥର ସେ ପୁଡୁଚେରୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଘରୋଇ କ୍ରିକେଟର ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ ପାରସ ଡୋଗ୍ରା ମଧ୍ୟ ପୁଡୁଚେରୀ ତରଫରୁ ପୁଣି ଖେଳିବେ ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ପୁଡୁଚେରୀ ସମ୍ପାଦକ ଭି. ଚନ୍ଦ୍ରନ କହିଛନ୍ତି। ଜ୍ୟାକ୍‌ଶନ ୨୦୧୧ରେ ସୌରାଷ୍ଟ୍ର ତରଫରୁ ପଦାର୍ପଣ କରିଥିଲେ ଓ ପ୍ରଥମ ଶ୍ରେଣୀ କ୍ରିକେଟରରେ ୪୯.୪୨ ହାରରେ ୫୬୩୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୧୯ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ସାମିଲ ରହିଛି। ଏସ୍‌ସିଏ ତରଫରୁ ଜ୍ୟାକ୍‌ଶନ ନୋ ଅବଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ମଧ୍ୟ ହାସଲ କରିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଖେଳିବାର ଅଭିଜ୍ଞତା ଚମତ୍କାର ଥିଲା। ଖରାପ୍‌ ଓ ଭଲ ସମୟରେ ଦଳ ତରଫରୁ ଯଥେଷ୍ଟ ସହଯୋଗ ମିଳିଥିଲା ବୋଲି ୩୩ ବର୍ଷୀୟ ଜ୍ୟାକଶନ କହିଛନ୍ତି। ଏସ୍‌ସିଏ ସମ୍ପାଦକ ନିରଞ୍ଜନ ଶାହା, ଅଧ୍ୟକ୍ଷ ଜୟଦେବ ଶାହଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ପୁଡୁଚେରୀ ଆସୋସିଏଶନ ତରଫରୁ ମଧ୍ୟ ଜ୍ୟାକ୍‌ଶନଙ୍କୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

ବଢିଲା ଆମେରିକାର ଟେନ୍‌ସନ: ଯୁଦ୍ଧ ମଧ୍ୟରେ ଜିନପିଙ୍ଗଙ୍କ ଆଗରେ ମୁଣ୍ଡ ନୁଆଁଇବେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୦।୪: ଇରାନ ସହିତ ଯୁଦ୍ଧ କେବଳ ଗୋଳାବାରୁଦ ଏବଂ କ୍ଷେପଣାସ୍ତ୍ର ନଷ୍ଟ କରିନଥିଲା, ବରଂ ଏକ ଦୁର୍ବଳତାକୁ ମଧ୍ୟ ପ୍ରକାଶ କରିଥିଲା ଯାହାକୁ ଆମେରିକା ଆଉ ଅଣଦେଖା…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ହର୍ମୁଜ ବନ୍ଦ, ପୁଣିଥରେ ବୃଦ୍ଧି ପାଇଲା ତୈଳ ଦର, ଜାଣନ୍ତୁ କେତେ ରହିଛି ଆଜି…

ଓ୍ବାଶିଂଟନ୍‌,୧୦।୪: ପଶ୍ଚିମ ଏସିଆର ପରିସ୍ଥିତି ପୁଣି ଥରେ ଏକ ଅସ୍ଥିର ସ୍ଥିତିରେ ପହଞ୍ଚିଛି। ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ହେଉଥିବା ପରି ମନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri