ସୌମ୍ୟା ମିଶ୍ର ଅଗ୍ନିଶମ ଅତିରିକ୍ତ ଡିଜି

ଭୁବନେଶ୍ୱର,୩ା୬(ବ୍ୟୁରୋ)-୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୌମ୍ୟା ମିଶ୍ରଙ୍କୁ ରାଜ୍ୟ ସରକାର ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି। ଡେପୁଟେଶନରୁ ଫେରିବା ପରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେ ଆନ୍ତଃ ରାଜ୍ୟ ଡେପୁଟେଶନରେ ହାଇଦ୍ରାବାଦରେ ତେଲଙ୍ଗାନା ପୋଲିସର କ୍ରାଇମ ଇନଭେଷ୍ଟିଗେଶନ ବିଭାଗରେ କାର୍ଯ୍ୟରତ ଥିଲେ।
ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ଥିବା ସୁନୀଲ ରୟ ଅବସର ନେବା ପରେ ଉକ୍ତ ପଦବୀ ଖାଲି ରହିଥିଲା। ସେହି ପଦବୀରେ ଗୋଇନ୍ଦା ବିଭାଗ ସ୍ପେଶାଲ ଡିଜି ସତ୍ୟଜିତ୍‌ ମହାନ୍ତିଙ୍କୁ ମେ ୩୦ ତାରିଖରେ ଅଗ୍ନିଶମ ଏବଂ ହୋମଗାର୍ଡ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।