ସୌଦି ରାଜପରିବାରର ୩ ଅଟକ

ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟପକ୍ଷରେ କ୍ରାଉନ୍‌ ପ୍ରିନ୍ସ ପୁଣିଥରେ ତାଙ୍କ ହାତମୁଠା ମଜଭୁତ କରିବା ଲାଗି ଉଦ୍ୟମ କରୁଥିବା କୁହାଯାଉଛି। ରାଜା ସଲମାନଙ୍କ ଭାଇ ପ୍ରିନ୍ସ ଅହମଦ ବିନ୍‌ ଅବଦୁଲ୍ଲାଜିଜ୍‌ ଅଲ୍‌-ସୌଦ, ପୁତୁରା ପ୍ରିନ୍ସ ମହମ୍ମଦ ବିନ୍‌ ନାୟେଫ୍‌ଙ୍କୁ ସୁରକ୍ଷାକର୍ମୀମାନେ ଶୁକ୍ରବାର ସେମାନଙ୍କ ଘରୁ ଉଠାଇନେଇଛନ୍ତି। ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରିନ୍ସ ନାୟେଫ୍‌ଙ୍କ ସାନଭାଇ ନଓ୍ବାଫ ବିନ୍‌ ନାୟେଫଙ୍କୁ ମଧ୍ୟ ଅଟକ ରଖାଯାଇଛି। ପୂର୍ବରୁ କ୍ରାଉନ ପ୍ରିନ୍ସ ନିଜ କ୍ଷମତା ବଢ଼ାଇବା ପାଇଁ କେତେକ ପ୍ରମୁଖ ମୌଲବୀ, କର୍ମୀ, ପ୍ରିନ୍ସ ଓ ବ୍ୟବସାୟୀଙ୍କୁ ବନ୍ଦୀ କରିଥିଲେ। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲ୍‌ ବାଣିଜି୍ୟକ ଦୂତାବାସରେ ସମାଲୋଚକ ଜମାଲ ଖାଶୋଗୀଙ୍କୁ ହତ୍ୟା ଘଟଣାରେ ପ୍ରିନ୍ସ ମହମ୍ମଦ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲେ। ୨୦୧୭ ଜୁନ୍‌ରେ ପୂର୍ବତନ କ୍ରାଉନ୍‌ ପ୍ରିନ୍ସ ନାୟେଫ୍‌ଙ୍କୁ ପଛରେ ପକାଇ ପ୍ରିନ୍ସ ମହମ୍ମଦ ଆରବ ରାଜ ସିଂହାସନର ଉତ୍ତରାଧିକାରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri