ସୌଦିରେ ବଦଳିଲା ନିୟମ: ହୋଟେଲରେ ଗୋଟିଏ ରୁମ୍‌ରେ ରହିପାରିବେ ଦମ୍ପତି

ରିୟାଦ୍‌,୬।୧୦: ସୌଦିରେ ପାରମ୍ପରିକ ନିୟମ ଏବେ ବଦଳିବାରେ ଲାଗିଛି। ଏଣିକି ଏଠାକାର ହୋଟେଲରେ ଦମ୍ପତି ଗୋଟିଏ ରୁମ୍‌ରେ ରହିପାରିବେ। ବିଦେଶୀ ଦମ୍ପତିଙ୍କ ପାଇଁ ଏହି ନିୟମ ଲାଗୁ ହେବ। ତେବେ ସୌଦି ଦମ୍ପତିଙ୍କୁ ଏଥି ଲାଗି ସେମାନଙ୍କର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ପୂର୍ବରୁ ସୌଦିରେ ବିଦେଶୀ ଦମ୍ପତି ଗୋଟିଏ ରୁମ୍‌ରେ ରହିବାକୁ ହେଲେ ସେମାନଙ୍କର ସମ୍ପର୍କର ପ୍ରମାଣପତ୍ର ଦେଖାଇବାକୁ ପଡୁଥିଲା। ଟୁରିଷ୍ଟ ଭିଜା ଅନ୍ତର୍ଗତ ସୌଦିରେ ଏହି ନିୟମ ଗ୍ରହଣ କରାଯାଇଛି। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଇତିମଧ୍ୟରେ ସୌଦି ୪୯ଟି ଦେଶର ନାଗରିକ ଦେଶକୁ ଆସିପାରିବେ ବୋଲି ନିୟମ ପ୍ରଣୟନ କରିଛି। ଏହାଦ୍ୱାରା ଦେଶରେ ନିବେଶ ମଧ୍ୟ ବୃଦ୍ଧି ପାଇବ ।

Share