ସୌଦିରେ କୋରଡ଼ା ମାଡ଼ ବନ୍ଦ: ସୁପ୍ରିମ୍‌ କୋର୍ଟ ରାୟ

ରିୟାଦ୍‌,୨୫।୪: ସୌଦିରେ ଏଣିକି ଅପରାଧୀଙ୍କୁ ଆଉ କୋରାଡ଼ା ମାଡ଼ ଦିଆଯିବା ଦଣ୍ଡାଦେଶ କରାଯିବ ନାହିଁ। ଏନେଇ ସୌଦିର ସୁପ୍ରିମ୍‌ କୋର୍ଟ ଏକ ରାୟ ଦେଇଛନ୍ତି। ଏହା ପରିବର୍ତ୍ତେ ଅପରାଧୀଙ୍କୁ ଜେଲ ଅବା ଜରିମାନା ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଏହା ପଛରେ ସୌଦି ରାଜା ସଲମାନ୍‌ ଏବଂ ଯୁବରାଜ ମହମ୍ମଦ୍‌ ବିନ୍‌ ସଲମାନ୍‌ଙ୍କ ଉଦ୍ୟମ ଥିବା କୁହାଯାଉଛି। ଦେଶରେ ମାନବାଧିକାର ବ୍ୟବସ୍ଥାରେ ସୁଧାର ପାଇଁ ଉଭୟ ପ୍ରୟାସ ଜାରି ରଖିଛନ୍ତି। ସୌଦିରେ ମାନବାଧିକାରର ଉଲ୍ଲଂଘନ କରାଯାଉଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିବାରୁ ଏଭଳି ଆଇନ ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି। ସୌଦିରେ ମାନବାଧିକାର ଅତି ଖରାପ ସ୍ଥିତିରେ ଥିବା ଅଭିଯୋଗ ହେଉଥିବାରୁ ଦେଶର ଆଇନ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ଲାଗି ରାଜା ସଲମାନ୍‌ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

Share