Posted inଜାତୀୟ

ସୋସିଆଲ ମିଡିଆ ସହ ଆଧାର ସଂଯୋଗ:ସୁପ୍ରିମକୋର୍ଟରେ ହେବ ସବୁ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୩-୧୦(ପି.ଟି./ଆଇଏଏନ୍‌ଏସ୍‌):ସୋସିଆଲ ମିଡିଆ ସହ ଆଧାର ସଂଯୋଗୀକରଣ ନେଇ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ। ଫେସ୍‌ବୁକ୍‌ ପକ୍ଷରୁ ହୋଇଥିବା ଏକ ପିଟିଶନକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦେଶର ବିଭିନ୍ନ ହାଇକୋର୍ଟଗୁଡ଼ିକରେ ଥିବା ଏସମ୍ପର୍କିତ ଆବେଦନଗୁଡ଼ିକୁ ନିଜ ପାଖକୁ ସ୍ଥାନାନ୍ତର ପାଇଁ ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଇଣ୍ଟରନେଟ୍‌ର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁୟାରୀ ଶେଷ ସୁଦ୍ଧା ଆଇନ ଆଣିବେ ବୋଲି ସୁପ୍ରିମକୋର୍ଟରେ ଦାଏର ପିଟିଶନରେ ଉଲ୍ଲେଖ କରିଛନ୍ତି।
ଦେଶରେ ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣ ସକାଶେ ଗାଇଡ୍‌ଲାଇନ୍‌ ଜାରି ପାଇଁ ବିଭିନ୍ନ ହାଇକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସେହି ସମସ୍ତ ଆବେଦନକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର କରି ବିଚାର କରିବା ପାଇଁ ଫେସ୍‌ବୁକ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଏସମ୍ପର୍କିତ ସବୁ ପିଟିଶନକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବା ପାଇଁ ରେଜିଷ୍ଟ୍ରାର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ୨୦୨୦ ଜାନୁୟାରୀ ଶେଷ ସପ୍ତାହରୁ ଏହି ପ୍ରସଙ୍ଗର ଶୁଣାଣି କରାଯିବ। ତା’ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟସ୍ଥମାନଙ୍କ ଉପରେ ନୂଆ ଗାଇଡ୍‌ଲାଇନ୍‌ ପ୍ରଣୟନ କରିବା ପରେ ରିପୋର୍ଟ ଦାଖଲ କରିବେ, ଯାହାକୁ ନେଇ ସାମାଜିକ ଗଣମାଧ୍ୟମର ଦୁରୁପଯୋଗକୁ ରୋକାଯିବା ସହ ମେସେଜ୍‌ଗୁଡ଼ିକୁ ଡିକ୍ରିପ୍ଟ କରିବା ଲାଗି ମଧ୍ୟସ୍ଥଙ୍କୁ ଉତ୍ତରଦାୟୀ କରାଯାଇ ପାରିବ। ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଫେସ୍‌ବୁକ୍‌ ପକ୍ଷରୁ ଦାଏର ପିଟିଶନ ବିରୋଧରେ ଆଭିମୁଖ୍ୟରୁ ଓହରିଯିବା ପରେ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ରହି ସ୍ପଷ୍ଟ କରିଥିଲେ ଯେ, ଲୋକଙ୍କ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟ ତଥ୍ୟ)କୁ ଉଲ୍ଲଂଘନ କରିବା ପାଇଁ ଏହା ଏକ ଯୋଜନା ନୁହେଁ, ବରଂ ଜାତୀୟ ନିରାପତ୍ତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏକ ଉଦ୍ୟମ। ଏହା ଶୁଣିବା ପରେ ଆଟର୍ନି ଜେନେରାଲ କହିଥିଲେ, ଜଣେ ଆତଙ୍କବାଦୀ ନିଜ ପ୍ରିଭେସି ଅଧିକାର ଦାବି କରିପାରିବେ ନାହିଁ। ସେହିପରି ସରକାରଙ୍କ ପକ୍ଷରୁ ବିଚାରାଧୀନ ଚିଠା ନିୟମ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ମେସେଜ୍‌ର ସୃଷ୍ଟିକର୍ତ୍ତାଙ୍କୁ ଠାବ କରିବା ଲାଗି ମଧ୍ୟସ୍ଥମାନଙ୍କୁ ଉତ୍ତରଦାୟୀ କରିବା ସକାଶେ ସକ୍ଷମ କରିବ ବୋଲି କେତେଜଣ ଆବେଦନକାରୀ ଅଭିଯୋଗ ଆଣିଥିଲେ। ଏହା ଲୋକଙ୍କ ପ୍ରିଭେସିକୁ ପଦଦଳନ ପାଇଁ ସରକାରଙ୍କ ଏକ ଯୋଜନା ବୋଲି ହେଉଥିବା ଦାବିକୁ ସଲିସିଟର ଜେନେରାଲ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପୂର୍ବରୁ ସୋମବାର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅକଳ୍ପନୀୟ ବ୍ୟାଘାତ ସୃଷ୍ଟି ପାଇଁ ଇଣ୍ଟରନେଟ୍‌ ଏକ ସମ୍ଭାବ୍ୟ ଅସ୍ତ୍ର ଭାବେ ଉଭା ହୋଇଛି। ଏଥିପାଇଁ ଦେଶରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କ ଉପରେ ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିବା ସକାଶେ ବିଜ୍ଞପ୍ତି ଜାରି କରିବା ଲାଗି ୩ ମାସ ଦିଆଯାଉ ବୋଲି ସରକାର ସମୟ ମାଗିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏନେଇ ଅଦାଲତରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କାରିଗରିବିଦ୍ୟା ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟି ସାମାଜିକ ବିକାଶ ହୋଇଥିଲେ ହେଁ ଏଥିରେ ଘୃଣା ଅପରାଧ, ମିଛ ଖବର ଓ ଦେଶବିରୋଧୀ କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଛି। ତେଣୁ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଇଣ୍ଟରମିଡିଆରିଜ୍‌ ଗାଇଡ୍‌ଲାଇନ୍ସ (ସଂଶୋଧନ) ନିୟମ, ୨୦୧୮କୁ ଚୂଡ଼ାନ୍ତ କରିବା ପାଇଁ ୩ ମାସ ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri