Categories: ଜାତୀୟ

ସୋସିଆଲ ମିଡିଆ ନୁହେଁ କରୋନା ଭାଇରସଠାରୁ ଦୂରେଇ ରହିବା କଥା ଚିନ୍ତା କରନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କରୋନା ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏବେ ମୋଦି ସୋସିଆଲ ମିଡିଆରୁ ଦୂରେଇ ଯିବା ଖବର ଦେଇ ସମୟ ନଷ୍ଟ କରିବା ଅପେକ୍ଷା କରୋନା ଭାଇରସଠାରୁ କିପରି ଭାରତବାସୀ ଦୂରେଇ ରହିବେ ତା’ ଉପରେ ଧ୍ୟାନ ଦିଅନ୍ତୁ। କାରଣ ଏବେ କରୋନା ଭାଇରସ ଭାରତ ପାଇଁ ଚ୍ୟାଲେଞ୍ଚ ହେବାକୁ ବସିଲାଣି। ରାହୁଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟୁଇଟରରେ ଟ୍ୟାଗ କରି ଏହା କହିଛନ୍ତି। ଆଉ ଏକ ଭିଡିଓରେ ରାହୁଲ କରୋନା ଭାଇରସ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇବ ବୋଲି ଦର୍ଶାଇଛନ୍ତି। ଏଥିରେ ସେ କହିଛନ୍ତି ଜଣେ ଭଲ ନେତା ସର୍ବଦା ସାମୂହିକ ହିତ ଉପରେ ଧ୍ୟାନ ରଖିଥାଆନ୍ତି ହେଲେ ମୋଦି ସବୁବେଳେ ନିଜ ଆଡକୁ ଦେଶବାସୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛନ୍ତି ବୋଲି ରାହୁଲ କହିଛନ୍ତି।

Share