ସୋସିଆଲ ମିଡିଆର ଭାଇରାଲ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ମମତାଜ

ମୁମ୍ବାଇ,୨୨।୫: ନିକଟରେ ବଲିଉଡ୍‌ ତା’ର ଦୁଇ ଭେଟେରାନ କଳାକାରଙ୍କୁ ହରାଇଥିବା ବେଳେ ଏବେ ଆଉ ଜଣେ ଭେଟେରାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ମମତାଜଙ୍କ ମୃତ୍ୟୁ ଖବର ଭାଇରାଲ ହେବା ପରେ ଏହାକୁ ନେଇ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ମମତାଜ କହିଛନ୍ତି ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ପରିବାର ସହ ଲକ୍‌ଡାଉନ ନିୟମ ମାନି ଘରେ ରହିଛନ୍ତି। କିନ୍ତୁ କିଏ କାହିଁକି ଏଭଳି ଖବର ପ୍ରଚାର କରୁଛି ସେ ଏ ସମ୍ପର୍କରେ କିଛି ବୁଝି ପାରୁ ନାହାନ୍ତି ବୋଲି କହିଛନ୍ତି। ଏବେ ତାଙ୍କ ପରିବାର ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। ଆଉ ଯେବେ ତାଙ୍କର ଦେହାନ୍ତ ହେବ ସେ ଖବର ତାଙ୍କ ପରିବାର ଲୋକେ ଆପଣାଛାଏଁ ଜଣାଇବେ ବୋଲି ମଧ୍ୟ ସେ କହିଛନ୍ତି। କାହିଁକି କିଛି ଲୋକ ମୋ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ତାହା ତ ମୁ ଜାଣିନି ତଥାପି ଏହି ଖବର ମୋ ପରିବାର, ପ୍ରିୟଜନ ଓ ପ୍ରଶଂସକଙ୍କୁ ଦୁଃଖ ଦେଉଛି ବୋଲି ମମତାଜ କହିଛନ୍ତି।

Share