ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନନ୍ୟାଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ରୁ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ଏହି ଲାଡ୍‌ଲି ଏବେ ଆଉ ଏକ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ରେ କାମ ଆରମ୍ଭ କରି ସାରିଛନ୍ତି। ଏଥିପାଇଁ ଖୁବ୍‌ ପରିଶ୍ରମ ମଧ୍ୟ କରୁଛନ୍ତି ଅନନ୍ୟା। ହେଲେ ନିକଟରେ ତାଙ୍କର ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାତିରେ ଏକ ବ୍ଲାକ୍‌ କଲର କଷ୍ଟ୍ୟୁମରେ ବିନ୍‌ଦାସ୍‌ ଅନ୍ଦାଜରେ ଉଠାଇଥିବା ଏହି ଫଟୋଟିକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ଥିବା ଅନନ୍ୟା ସବୁବେଳେ ଭିନ୍ନ ଅନ୍ଦାଜରେ କିଛି ନା କିଛି ଫଟୋ ପୋଷ୍ଟ କରିଥାଆନ୍ତି। ଆଉ ଫଟୋ ଗୁଡିକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏହାକୁ ଲାଇକ୍‌ କରିବା ସହ କମେଣ୍ଟ ମଧ୍ୟ କରି ଥାଆନ୍ତି।

Share