ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ କଣ୍ଠର ଯାଦୁରେ ପ୍ରଭାବିତ ହୋଇ ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କୁ ଗୀତ ଗାଇବାକୁ ଅଫର ଦେଇଥିଲେ। ଏବେ ସେହି ରାନୁ ମଣ୍ଡଳ ସାରା ଦେଶରେ ବେଶ୍‌ ପରିଚିତ। ସେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଗୀତ ଗାଇ ଆଜି ବେଶ୍‌ ପରିଚିତି ଲାଭ କରିଛନ୍ତି। ଏବେ ରାନୁ ମଣ୍ଡଳଙ୍କ ପରି ଦେଖାଯାଉଥିବା ଆଉ ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରାନୁଙ୍କ ପରି ଦେଖାଯାଉଥିବା ମହିଳା ଜଣକ ରାନୁଙ୍କ ଗୀତ ‘ତେରୀ ମେରି କାହାଣୀ’ ଗାଉଥିବା ଦେଖାଯାଇଛି। ତେବେ ମହିଳା ଜଣଙ୍କ ଗୁଆହାଟିର ବୋଲି କୁହାଯାଉଛି। ମହିଳାଙ୍କର ଏହି ଭିଡିଓଟିକୁ ରାନୁ ମଣ୍ଡଳ ଫ୍ୟାନ୍‌ କ୍ଲବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା କୁହାଯାଉଛି। ଭିଡିଓଟି ଶେୟାର କରିବା ସହ ଲେଖାଯାଇଛି ରାନୁ ମଣ୍ଡଳ ୨.୦। ଅବଶ୍ୟ ଏଥିରେ ମହିଳାଙ୍କ ଗୀତ ଗାଇବା ଶୈଳୀ ଏତେ ଭଲ ନାହିଁ। କିନ୍ତୁ ସେ କେବଳ ରାନୁ ମଣ୍ଡଳଙ୍କ ପରି ଦେଖାଯାଉଥିବାରୁ ତାଙ୍କ ଭିଡିଓଟି ଶୁଟ୍‌ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଅରୁନ୍ଧତୀ ଭେଣ୍ଟିଲେଟରରେ

ଚେନ୍ନାଇ,୧୯।୩: ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ...

ଦୈବୀଶକ୍ତି ବନାମ ଅସୁର ଶକ୍ତି

ହାଇଦ୍ରାବାଦ/ନୂଆଦିଲ୍ଲୀ,୧୯ା୩: ଇଣ୍ଡିଆ ବ୍ଲକ୍‌ର ଇସ୍ତାହାର କେବଳ ‘ଶକ୍ତି’କୁ ଶେଷ କରିଦେବା ଉପରେ ଗୁରୁତ୍ୱ ଦେଉଛି। ଏହି ଲଢ଼େଇ ଦୁଇଟି ପକ୍ଷ ମଧ୍ୟରେ ଚାଲିଛି। ଗୋଟିଏ ପକ୍ଷ...

କିଏ ସେହି ରାଜୀବ କୁମାର, ଯାଙ୍କୁ ଡିଜିପି ପଦରୁ ହଟାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୯।୩:ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ପଦରୁ ରାଜୀବ କୁମାରଙ୍କୁ ସୋମବାର ଅପରାହ୍ନରେ ନିର୍ବାଚନ କମିଶନ ହଟାଇବା ପରେ ଏହି ବରିଷ୍ଠ ପୋଲିସ ଅଧିକାରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି।...

ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବେ ସଞ୍ଜୟ

ନୂଆଦିଲ୍ଲୀ,୧୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି ନେତା ସଞ୍ଜୟ ସିଂ ମଙ୍ଗଳବାର ରାଜ୍ୟ ସଭା...

୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ଗିରଫ ହେଲେ ଡିଏସ୍‌ପି

ଗୁଆହାଟୀ,୧୮।୩: ଆସାମରେ ଜଣେ ନାବାଳିକା ଚାକରାଣୀଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଡିଏସ୍‌ପିଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଡିଏସ୍‌ପି କିରନ ନାଥ ଗୋଲାଘାଟ ଜିଲାର ଲଚିତ...

ବିହାରରେ ଏନ୍‌ଡିଏର ଆସନ ବୁଝାମଣା ଶେଷ: କେଉଁ ଦଳକୁ କେତେ ଆସନ…

ପାଟଣା,୧୮।୩: ବିହାରରେ ଭାଜପା ବଡ଼ଭାଇ ଭାବେ ନିର୍ବାଚନ ଲଢିବ। ସୋମବାର ଏନ୍‌ଡିଏ ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି। ଚୁକ୍ତିନାମା ଅନୁଯାୟୀ ବିହାରର ୪୦ଟି ଲୋକ ସଭା...

ଆଜମ ଖାନଙ୍କୁ ୭ ବର୍ଷ ଜେଲ୍‌, ୫ ଲକ୍ଷ ଟଙ୍କା ଜୋରିମନା

ଲକ୍ଷ୍ନୌ,୧୮।୩: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡୁଙ୍ଗରପୁର ମାମଲାରେ ରାମପୁରର ଏମ୍‌ପି-ବିଧାୟକ...

ଭାଜପାର ୩ୟ ତାଲିକାରେ ପୁରୁଖା ନେତାଙ୍କୁ ମିଳିବ ସୁଯୋଗ, କାହାର ହେବ କ୍ଷତି, କାହାକୁ ମିଳିବ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନ ଘୋଷଣା ହେବା ସହିତ ଭାରତୀୟ ଜନତା ପାର୍ଟି ଆକ୍ଟିଭ୍‌ ମୋଡରେ ଥିବା ଜଣାପଡିଛି। ଭାଜପା ଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ତୃତୀୟ ତାଲିକା...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri