ସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍‌ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଇଣ୍ଟରନେଟ୍‌ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍‌ନିକ୍‌ ସହିତ ବେଶ୍‌ ଜଡିତ। ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ ସମ୍ପର୍କକୁ ଆଗକୁ ନେବାକୁ ଚାହାନ୍ତି । ବନ୍ଧୁଙ୍କ ସହ କିଛି କଥାବାର୍ତ୍ତା ପରେ ସେ ଯଦି ପସନ୍ଦ ଆସିଥାନ୍ତି, ତେବେ ତାଙ୍କ ସହ ସମୟ କଟାଇବାକୁ ଡେଟ୍‌ରେ ଯିବାକୁ ସ୍ଥିର ହୋଇଥାଏ। ବର୍ତ୍ତମାନର ଏହି ଟ୍ରେଣ୍ଡ୍‌କୁ ନେଇ ଅନେକ ସମୟ ଯୁବପିଢ଼ୀ ଅଡୁଆରେ ପଡ଼ୁଥିବା ନଜିର ମଧ୍ୟ ରହିଛି। ତେବେ କାହା ସହ ଅନ୍ଧ ଭାବରେ ଡେଟ୍‌ରେ ଯିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପଡିଥାଏ। ଜାଣନ୍ତୁ ସେ ସମ୍ପର୍କରେ….

ଫୋନ୍‌ରେ କଥା
ଡେଟ୍‌ରେ ଯିବା ପୂର୍ବରୁ ଆପଣ ବନ୍ଧୁଙ୍କ ସହ ଫୋନ୍‌ରେ କଥା ହୋଇଯାଆନ୍ତୁ। ଆପଣ ଯେତେବି ଅନ୍‌ଲାଇନ୍‌ରେ କଥା ହୁଅନ୍ତୁ ନା କାହିଁକି ମାତ୍ର ଡେଟ୍‌ ପୂର୍ବରୁ ଆପଣ ତାଙ୍କ ସହ ଥରେ ଫୋନ୍‌ରେ କଥା ହେବା ଜରୁରୀ। ଏଥିରୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ। ଏପରି କଥା ହେବା ଆବଶ୍ୟକ ଯେପରି, ଆପଣ ଅନ୍‌ଲାଇନ୍‌ରେ ଯାହା ସହ କଥା ହୋଇଥିଲେ ସେ ଲୋକ ବୋଲି ଜାଣି ପାରିବେ।

ଉପଯୁକ୍ତ ସ୍ଥାନ
ଡେଟ୍‌ ଲାଗି ଯାଉଥିବା ସ୍ଥାନ ଆପଣଙ୍କ ଲାଗି ପରିଚିତ ହୋଇଥିବା ଜରୁରୀ। ନିଜ ସୁରକ୍ଷା ଲାଗି ଏପରି ସ୍ଥାନ ବାଛନ୍ତୁ ଯେଉଁ ଜାଗାକୁ ଆପଣ ଅନେକ ଥର ଯାଇଛନ୍ତି। ଏହା ଜନଗହଳିପୂର୍ଣ୍ଣ ହୋଇଥିବା ଆବଶ୍ୟକ। ଏ ନେଇ ନିଛାଟିଆ ସ୍ଥାନ ବାଛିବା ଭୁଲ୍‌ ହୋଇଥାଏ। ତେବେ ଡେଟ୍‌ରେ ଯିବା ପୂର୍ବରୁ ଆପଣଙ୍କ ନିକଟତର ବନ୍ଧୁଙ୍କୁ କହିଯିବା ଉଚିତ।

ଠିକ୍‌ ତଥ୍ୟ ସଂଗ୍ରହ
ପ୍ରୋଫାଇଲ୍‌ରେ ଭୁଲ୍‌ ସୂଚନା ଦେଉଥିବା ଲୋକ ଅନେକଥାନ୍ତି। ତେଣୁ ଏପରି କିଛି ପଦକ୍ଷେପ ନେବା ପୂର୍ବରୁ ଆପଣ ପାର୍ଟନରଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କରନ୍ତୁ। ସେ ବ୍ୟକ୍ତି ଠିକ୍‌ କି ନାହିଁ ଜାଣିବା ଲାଗି ତାଙ୍କର କିଛି ସାଙ୍ଗଙ୍କଠାରୁ ପଚାରି ବୁଝିବା ସହ ସେ ଦେଇଥିବା ପ୍ରୋଫାଇଲ୍‌ରେ ସୂଚନା ଭୁଲ୍‌ କି ଠିକ୍‌ ଜାଣନ୍ତୁ।

ବ୍ୟକ୍ତିଗତ କଥା
ଡେଟ୍‌ରେ ଯାଉଥିବା ବେଳେ ନିଜର ବ୍ୟକ୍ତିଗତ କଥା ବନ୍ଧୁଙ୍କ ସହ ବାଣ୍ଟନ୍ତୁ ନାହିଁ। ଏହା ଆଗାମୀ ଦିନରେ ଆପଣଙ୍କୁ ସମସ୍ୟାରେ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri