ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ପ୍ରଚାରକାରୀଙ୍କୁ ୫ ବର୍ଷ ଜେଲ୍‌; ୧୦ ଲକ୍ଷ ଜରିମାନା

କଲମ୍ବୋ, ୬।୬: ଶ୍ରୀଲଙ୍କା ସରକାର ସୋସିଆଲ୍‌ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଭଳି ବ୍ୟକ୍ତିଙ୍କୁ ୫ ବର୍ଷ ସଶ୍ରମ ଜେଲ୍‌ ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ଦଣ୍ଡବିଧାନ କରାଯିବ ବୋଲି କୁହାଯାଉଛି। ସେହିପରି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତି ବିରୋଧ ମଧ୍ୟ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପ୍ରିଲ୍‌ ୨୧ରେ ଇଷ୍ଟର ଅବସରରେ ହୋଇଥିବା ବିସ୍ଫୋରଣ ପରେ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟତ୍ସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

Share