ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ ଆରମ୍ଭ କରିବ ଆଇଆଇଏମ୍‌ ସମ୍ବଲପୁର, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ) – ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌) ସମ୍ବଲପୁର ଆସନ୍ତା ଶିକ୍ଷାବର୍ଷରୁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିମଧ୍ୟରେ ରହିଛି ୯ ମାସିଆ ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ। ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ଏହି ଶିକ୍ଷା ପ୍ରୋଜେକ୍ଟରେ ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ବସ୍ତି, ଆଦିବାସୀ ଅଞ୍ଚଳ, ସରକାରୀ ସ୍କୁଲକୁ ଯିବେ। ସେଠାରେ ପ୍ରଥମ ୩ମାସ ସମସ୍ୟା ଅନୁଧ୍ୟାନ କରିବେ, ପରବର୍ତ୍ତୀ ୩ମାସ ସମସ୍ୟାର ସମାଧାନ ନେଇ ପ୍ରୋଜେକ୍ଟ ତିଆରି କରିବେ ଓ ଶେଷ ୩ମାସ ସେହି ପ୍ରୋଜେକ୍ଟକୁ ସେଠାରେ କାର୍ଯ୍ୟକାରୀ କରିବା ସହ ଫଳାଫଳ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ଏହାପରେ ସେମାନଙ୍କୁ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ରହିବ। ଏହି ପ୍ରୋଜେକ୍ଟ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ ବୋଲି ସମ୍ବଲପୁର ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ କହିଛନ୍ତି।

ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ଏ ସମ୍ପର୍କରେ ସୂଚନା ଦେଇ ଜୈସଓ୍ବାଲ କହିଛନ୍ତି, ବର୍ତ୍ତମାନ ଏମ୍‌ବିଏରେ ୧୨୦ ସିଟ୍‌ ରହିଥିବାବେଳେ ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ୧୮୦କୁ ବୃଦ୍ଧି କରାଯିବ। ସେହିଭଳି ପିଏଚ୍‌ଡି ପାଇଁ ୫ ସିଟ୍‌ ଥିବାବେଳେ ଆସନ୍ତା ବର୍ଷରୁ ଏକ୍‌ଜିକ୍ୟୁଟିଭ୍‌ ପିଏଚ୍‌ଡି ପାଇଁ ୫ସିଟ୍‌ କରାଯିବ। ସେହିପରି ଭୁବନେଶ୍ୱରରେ ଏକ ଇନ୍‌କ୍ୟୁବେସନ ସେଣ୍ଟର ହେବ। ଯୁବ ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ତଥା ଯେଉଁମାନେ ଚାକିରି’ଖୋଜୁଛନ୍ତି ସେମାନଙ୍କ ପାଇଁ ଏହି ସେଣ୍ଟରରେ ନୂତନ ଷ୍ଟାର୍ଟଅପ୍‌ ପାଇଁ ସହାୟତା ମିଳିବ। ଏଥିପାଇଁ ଏମ୍‌ଏସ୍‌ଏମ୍‌ଇ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ଓଡ଼ିଶାର ହସ୍ତକଳାର ମଧ୍ୟ ପ୍ରଚାର ପ୍ରସାର ପାଇଁ ଆଇଆଇଏମ୍‌ ଯୋଜନା କରିଛି। ହସ୍ତଶିଳ୍ପୀମାନେ ବଜାର ସହିତ ସିଧାସଳଖ ଜଡ଼ିତ ହୋଇପାରୁ ନ ଥିବାରୁ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି। ତେଣୁ ଆଇଆଇଏମ୍‌ ସମ୍ବଲପୁର ଏକ ଡିଜିଟାଲ ବିଜିନେସ୍‌ ମଡେଲ କରିବାକୁ ଯାଉଛି। ଏଥିପାଇଁ ଆଇଆଇଏମ୍‌ ସମ୍ବଲପୁରରେ ଏକ ସେଣ୍ଟର କରାଯିବ। ହସ୍ତଶିଳ୍ପ କାରିଗରଙ୍କୁ କୌଣସି ପାଠପଢ଼ା ଯିବ ନାହିଁ। ସେଣ୍ଟରରେ ସେମାନଙ୍କୁ ମାର୍କେଟିଂ କିପରି କରାଯାଏ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ। ଏହାକୁ ଆଇଆଇଏମ୍‌ ସମ୍ବଲପୁରର ଫାକଲ୍‌ଟି ଓ ଛାତ୍ରୀଛାତ୍ରମାନେ ପରିଚାଳିତ କରିବେ ବୋଲି ପ୍ରଫେସର ଜୈସୱାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ସ୍ତ୍ରୀ ଚରିତ୍ରକୁ ସନ୍ଦେହ କଲେ ସ୍ବାମୀ, ଝଗଡା ପରେ ଛୁରି ଭୁଷିଦେଲେ

ଭୁବନେଶ୍ୱର,୧୬।୪(ତ୍ରିନାଥ ମହାନ୍ତି): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଛୁରୀ ମାଡ଼ କରିଛନ୍ତି । ଫଳରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଓଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୧୭।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପଲଟି ମାରିଲେ ନବୀନ: ଦିନକ ଭିତରେ ବଦଳିଗଲା ମତ, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର):କେନ୍ଦ୍ର ସରକାର ଦେଶରେ ଲାଗୁ କରାଇବାକୁ ଚାହୁଁଥିବା ଜାତୀୟ ମହିଳା ସଂରକ୍ଷଣ ବିଲ୍‌ ଏବଂ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ୨୦୨୬କୁ ନେଇ ଓଡ଼ିଶାର ବିରୋଧୀ…

ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଧରାପଡ଼ିଲେ ନାବାଳିକା

ପୁରୀ,୧୭ା୪(ଅଜିତ୍‌ କୁମାର ମହାନ୍ତି):ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍‌ ଦ୍ୱାରା ଭିଡିଓ ଏବଂ ଫଟୋ ଉତ୍ତୋଳନ କରୁଥିବାବେଳେ…

ଜାତୀୟ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର,୧୬ା୪(ସୁନିତ୍‌ ମିଶ୍ର): ମହିଳା ସଂରକ୍ଷଣ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ବିଜୁ ପଟ୍ଟନାୟକ ଜଣେ ଅଗ୍ରଦୂତ ଥିଲେ। ବିଜେଡି ସବୁବେଳେ ବିଧାନସଭା ଓ ପାର୍ଲାମେଣ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri