Posted inଜାତୀୟ

ସୋସିଆଲ୍‌ ମିଡ଼ିଆ ଯୋଗୁ ୭୨ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇଥିବା ଭଉଣୀ-ଭାଇ ହେଲେ ଏକାଠି

ଶ୍ରୀଗଙ୍ଗାନଗର,୯।୧୨: ସୋସିଆଲ୍‌ ମିଡ଼ିଆ ଯୋଗୁ ଦୀର୍ଘ ୭୨ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିଥିବା ଭଉଣୀ-ଭାଇ ପୁଣି ଏକାଠି ହୋଇଛନ୍ତି। ତେବେ ଏବେ ଭାଇ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବାସ କରୁଥିବା ବେଳେ ଭଉଣୀ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାସ କରୁଛନ୍ତି। ଭାଇ ରଣଜୀତ୍‌ ସିଂ ଭଉଣୀଙ୍କୁ ପାଇ ବେଶ୍‌ ଖୁସି। ମାତ୍ର ଭଉଣୀଙ୍କ ନାମ ପୂର୍ବରୁ ଭଜ୍ଜୋ ଥିବାବେଳେ ଏବେ ତାଙ୍କର ନାମ ଶକିନା ହୋଇଯାଇଛି। ଦୁହେଁ ରବିବାର ଭିଡ଼ିଓ କଲିଂରେ କଥାବାର୍ତ୍ତା ହୋଇଛନ୍ତି। ୧୯୪୭ରେ କଶ୍ମୀରରେ କବାୟଲୀମାନେ ଆକ୍ରମଣ କରିଥିଲେ। ସେତେବେଳେ କଶ୍ମୀରର ଦଦୁରବୈନା ଗାଁରେ ଲମ୍ବଦାର ମତଓ୍ବାଲ ସିଂଙ୍କ ପରିବାର ବାସ କରୁଥିଲେ। ଆକ୍ରମଣ ସମୟରେ ଲମ୍ବଦାରଙ୍କ ପୁଅ ରଣଜୀତ୍‌ ସିଂଙ୍କ ହାତରୁ ଖସି ୪ ବର୍ଷର ଭଉଣୀ ଭଜ୍ଜୋ କେଉଁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଭଜ୍ଜୋଙ୍କର ପତ୍ତା ମିଳି ନ ଥିଲା। ରଣଜିତ୍‌ ସିଂ ଭଉଣୀଙ୍କୁ ଖୋଜିବା ଜାରି ରଖିଥିଲେ। ଇତିମଧ୍ୟରେ ତାଙ୍କର ଦେଖା ଆଇନଜୀବୀ ହରପାଲ ସିଂ ସୁଦନ୍‌ଙ୍କ ସହିତ ସାକ୍ଷାତ୍‌ ହୋଇଥିଲା। ସେ ପିଓକେରେ ବାସ କରୁଥିବା ଜୁବେରଙ୍କ ସହିତ ଯୋଗାଯୋଗ କରିଥିଲେ। ଏହା ସହିତ କଶ୍ମୀରରେ ବାସ କରୁଥିବା ରାନୀ ଶର୍ମା ନାମକ ଯୁବତୀ ମଧ୍ୟ ଭଉଣୀ-ଭାଇଙ୍କୁ ଏକାଠି କରିବା ଲାଗି ଯୋଗାଯୋଗ କରିଥିଲେ। ଏନେଇ ସୋସିଆଲ୍‌ ମିଡ଼ିଆ ହ୍ବାଟସଆପ୍‌ରେ ଏକ ଗ୍ରୁପ୍‌ ଗଠନ କରାଯାଇଥିଲା। ଏବେ ଭଉଣୀ-ଭାଇ କରତାରପୁରରେ ପରସ୍ପରକୁ ଦେଖା କରିବା ପାଇଁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri