ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କରେ ମିଳୁନି ନିଯୁକ୍ତି

ବ୍ରହ୍ମପୁର ଅଫିସ,୪ା୧୦- ପ୍ରତିଶ୍ରୁତି ପୂରିବାକୁ ଯାଉଛି ୪ ମାସ । ତଥାପି ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କରେ ସୋସାଇଟି ସମ୍ପାଦକଙ୍କୁ ମିଳୁନି ନିଯୁକ୍ତି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାରେ ୨୫୫ ପ୍ରାଥମିକ ସେବା ସମବାୟ ସମିତି (ସୋସାଇଟି) ରହିଛି। ଦୀର୍ଘବର୍ଷରୁ କାର୍ଯ୍ୟରତ ସମ୍ପାଦକମାନଙ୍କୁ ବ୍ୟାଙ୍କ କର୍ମଚାରୀ କରିବା ପାଇଁ ବସିସି ବ୍ୟାଙ୍କ ସମ୍ପାଦକ ସଂଘ ଦାବି କରୁଛି ା ଏହା ପୂରଣ ଲାଗି ବହୁବାର ଆନ୍ଦୋଳନ ମଧ୍ୟ ହୋଇଛି। ଜୁଲାଇ ୭ରେ ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା। ଆନ୍ଦୋଳନ ତୀବ୍ର ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ ଆଲୋଚନା କରାଯାଇଥିଲା ।
ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ମିଳିବାରୁ ଆନ୍ଦୋଳନ ସ୍ଥଗିତ ରହିଛି । ସମ୍ପାଦକ ସଂଘର ଦାବି ଗ୍ରହଣ କରି ରାଜ୍ୟ ସମବାୟ ନିବନ୍ଧକ ୨୦୧୮ ଜୁଲାଇ ୫ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ବ୍ୟାଙ୍କରେ ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ୩୦% ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ ଭାବେ ସୋସାଇଟି ସମ୍ପାଦକଙ୍କୁ ନିଯୁକ୍ତି ଦେବାକୁ ସେଥିରେ ଦର୍ଶାଇଥିଲେ। ଏହାର ବର୍ଷେ ବିତିବା ପରେ ବି ପଦକ୍ଷେପ ନିଆଯାଇ ନ ଥିବାରୁ ୨୦୧୯ ଜୁଲାଇ ୭ରେ ପୁଣି ଆନ୍ଦୋଳନ କରାଗଲା। ସେହି ମାସ ୧୯ରେ ବ୍ୟାଙ୍କ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇ ସମ୍ପାଦକମାନଙ୍କ ବରିଷ୍ଠତା ଓ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ପ୍ରକାରେ ଏକ ଚୟନ କମିଟି ଗଠନ କରାଯାଇଛି। ବ୍ରହ୍ମପୁର ଡିଭିଜନ ସମବାୟ ଉପନିବନ୍ଧକ କମିଟି ଅଧ୍ୟକ୍ଷ ଥିବା ବେଳେ ବ୍ୟାଙ୍କ ପରିସରଭୁକ୍ତ ବ୍ରହ୍ମପୁର, ଛତ୍ରପୁର ଓ ପାରଳାଖେମୁଣ୍ଡି ସହକାରୀ ସମବାୟ ନିବନ୍ଧକ ସଦସ୍ୟ ଅଛନ୍ତି । ବିସିସି ବ୍ୟାଙ୍କ ସମ୍ପାଦକ ଚୟନ କମିଟି ଆବାହକ ତଥା ସଦସ୍ୟ ସମ୍ପାଦକ ହୋଇଛନ୍ତି। ବିସିସି ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପରିଚାଳନା ବୋର୍ଡ ନିଷ୍ପତ୍ତି ପ୍ରକାରେ ସୋସାଇଟି ସମ୍ପାଦକଙ୍କ ଗ୍ରେଡେସନ ତାଲିକା ପ୍ରସ୍ତୁତ କରି କମିଟି ଅଧ୍ୟକ୍ଷ ତଥା ଉପନିବନ୍ଧକଙ୍କୁ ୩ ମାସ ତଳେ ପଠାଇ ଦିଆଯାଇଛି । ଅନୁଧ୍ୟାନ ପରେ ଉପ ନିବନ୍ଧକଙ୍କ ଅନୁମୋଦନ ପାଇଁ ରାଜ୍ୟ ସମବାୟ ନିବନ୍ଧକଙ୍କ ନିକଟକୁ ପଠାଇଛନ୍ତି। ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଅପରପକ୍ଷରେ ପ୍ରତିଶ୍ରୁତିର ୪ ମାସ ବିତିବାକୁ ଯାଉଥିବା ବେଳେ ନିଯୁକ୍ତି ବିଳମ୍ବ ହେଉଥିବାରୁ ବ୍ୟାଙ୍କ ସମ୍ପାଦକ ସଂଘ ଅସନ୍ତୋଷ ପ୍ରକାଶ କରିଛି। ସୂଚନାଯୋଗ୍ୟ, ଶତାଧିକ ବର୍ଷର ଏହି ବିସିସି ବ୍ୟାଙ୍କ ବ୍ରହ୍ମପୁର ମୁଖ୍ୟାଳୟ ସମେତ ଗଞ୍ଜାମ ଓ ଗଜପତି ଜିଲାରେ ୨୩ ଶାଖା ବ୍ୟାଙ୍କ ରହିଛି। ସବୁବର୍ଷ କୋଟି କୋଟି ଟଙ୍କା ଚାଷୀଙ୍କୁ କୃଷି ଋଣ ଦିଆଯାଉଛି ା ଆଦାୟକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ମଞ୍ଜୁରୀପ୍ରାପ୍ତ ବିଭିନ୍ନ ବର୍ଗର ୨୭୩ କର୍ମଚାରୀ ଆବଶ୍ୟକସ୍ଥଳେ ଏବେ ୧୨୮ ଜଣ ଅଛନ୍ତି।
ଏହି ବୃହତ୍ତମ ସମବାୟ ବ୍ୟାଙ୍କରେ ୧୪୫ ପଦ ଖାଲି ପଡ଼ିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ନିଯୁକ୍ତି କ୍ଷେତ୍ରରେ ସରକାରୀ କଟକଣା ରହିଛି। ତେଣୁ ପଦବୀପୂରଣ ହୋଇପାରୁ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତଥା ପରିଚାଳନା ବୋର୍ଡ ପକ୍ଷରୁ ସଫେଇ ଦିଆଯାଇଛି। ଅତ୍ୟାବଶ୍ୟକ କ୍ଷେତ୍ରରେ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଠିକା ଭିତ୍ତିରେ ନିୟୋଜିତ କରାଯାଇଥିବା କୁହାଯାଇଛି ।
ବ୍ୟାଙ୍କରେ କର୍ମଚାରୀ ମରୁଡ଼ି ଲାଗି ରହିଥିବା ବେଳେ ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କିଙ୍ଗ୍‌ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ଉଦ୍‌ବେଗର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri