ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା, ନୟାଗଡ, କୁଟୁଗାଁ, ନିଶ୍ଚିନ୍ତପୁର) ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗଭୀର ନଳକୂପ ଖୋଳାଯାଇ ସୋଲାର ସିଷ୍ଟମ ଜରିଆରେ ଓଭରହେଡ ଟାଙ୍କିକୁ ପାଣି ଉଠାଯାଇ ପାନୀୟ ଜଳ ଯୋଗାଇ ଦେବାର ଯୋଜନା ୨ବର୍ଷ ପୂର୍ବରୁ କରାଯାଇଥିଲା।
ଖଣି କ୍ଷତିଗ୍ରସ୍ତ ଉକ୍ତ ପଞ୍ଚାୟତଗୁଡିକର ପ୍ରତ୍ୟେକ ସୋଲାର ସିଷ୍ଟମ ପାଇଁ ୧୦ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରାଯାଇଛି। ଭୁବନେଶ୍ୱରସି୍ଥତ ଓରେଡା କମ୍ପାନୀକୁ ଟେଣ୍ଡର ମଧ୍ୟ ଦିଆଗଲା। ସମୁଦାୟ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ସୋଲାର ନଳକୂପ ପାଇଁ ଯୋଜନା ହେଲା, ହେଲେ ସୋଲାର ସିଷ୍ଟମ ଯୋଗେ ପାନୀୟ ଜଳ ଯୋଗାଇ ଦେବାପାଇଁ ହୋଇଥିବା ଯୋଜନା ଏବେ ଫେଲ ମାରିବାକୁ ବସିଛି। ବହୁ ସ୍ଥାନରେ ସୋଲାର ସିଷ୍ଟମ ନଳକୂପରୁ ପାଣି ବାହାରୁ ନାହିଁ। ସଜଡା ଗଲେ ୨ଦିନ ପାଣି ବାହାରୁଛି, ପୁଣି ବନ୍ଦ ହୋଇଯାଉଛି। ନିମ୍ନମାନର ଓଭରହେଡ ସିନଟେକ୍ସ ଟାଙ୍କି ଯୋଗୁ କେତେକ ସ୍ଥାନରେ ଟାଙ୍କି ପାଣି ଭର୍ତ୍ତି ରହିଲେ ଫାଟି ଯାଉଛି। କମ ପବନରେ ମଧ୍ୟ ସୋଲାର ପ୍ଲେଟ ଉଡିଯାଉଛି। ଅଭିଯୋଗ ପରେ ମଧ୍ୟ ସଜଡା ଯାଉ ନ ଥିବାରୁ ପଞ୍ଚାୟତ ବାସିନ୍ଦା ଅସନ୍ତୁଷ୍ଟ ହେଉଛନ୍ତି। ପାଣି ନ ମିଳିଲେ ପୂର୍ବପରି ଚୁଆ ପାଣିକୁ ଆଦରି ପାନୀୟ ଜଳ ଚାହିଦା ମେଣ୍ଟାଇବା ପାଇଁ ବାଧ୍ୟ ହେଉଛନ୍ତି ବସ୍ତି ବାସିନ୍ଦା। ବସନ୍ତପୁର ପଞ୍ଚାୟତର ଜଡପଦା, ପେଣ୍ଠେଇ ସାହି, ଜରଡି ସାହି, କାଇଯୋଡା ଗ୍ରାମର ସୋଲାର ସିଷ୍ଟମ ଅଚଳ ହୋଇ ପଡିଥିବାବେଳେ ପୂର୍ବରୁ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ଯନ୍ତ୍ରୀ ମୋହନ ସିଂଙ୍କୁ ପଚାରିବାରୁ ସୋଲାର ସିଷ୍ଟମ ସଜାଡିବା ପାଇଁ ସମ୍ପୃକ୍ତ କମ୍ପାନୀକୁ କୁହାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri